ବଢିଲା ସଂକ୍ରମଣ,ଢେଙ୍କାନାଳ ଜିଲ୍ଲାରୁ ଆଜି ୧୧୪ corona ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା ଗତ କିଛିଦିନ ଧରି କମୁଥିଲା। ଆଜି ପୁଣି ଜିଲ୍ଲାରୁ ୧୧୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୯୮ ଏବଂ ହସ୍ପିଟାଲରୁ ୧୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସଦର ବ୍ଲକ (Sadar ବ୍ଲକ) ରୁ ଚିହ୍ନଟ ୧୯ଜଣଙ୍କ ମଧ୍ୟରୁ ପର୍ବତିଆ, କାମଧେନୁକୋଟ ଏବଂ ବାଲିଆମ୍ବାରୁ ୨ଜଣ ଲେଖାଏଁ ଥିବାବେଳେ ଖାଲିବନ୍ଧ, ଜନହିତୈଳା, ମାଣିପୁର, ଗୋବିନ୍ଦପୁର, ସଦେଇବେରେଣୀ, ବନ୍ଧନୂଆଗାଁ, ତରଭା, ମଧୁସାହୁପାଟଣା, ରାଧାଦେଇପୁର, ଦେଓପଡ଼ା, ତାଳବାରକୋଟ, ହରିଡାପଶି ଏବଂ ବିରଡ଼ିଆରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୮ଜଣଙ୍କ ମଧ୍ୟରୁ ବନମାଳୀପ୍ରସାଦ, ଗୁଡ଼ିଆନାଳି, ଷ୍ଟେସନ୍ ବଜାର ଏବଂ ଶ୍ୟାମାଚରଣପୁରରୁ ୨ଜଣ ଲେଖାଏଁ ଥିବାବେଳେ ଦୋଳମଣ୍ଡପସାହି, ହାଟରୋଡ଼, କାଞ୍ଚନବଜାର, ବୋରପଦା, ମହାବୀରବଜାର, କାଲଟାକ୍ସ ଏବଂ ଷ୍ଟେସନ୍ ବଜାରରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ଚିହ୍ନଟଙ୍କ ମଧ୍ୟରୁ ଦୋଲିଆରୁ ୧୦ଜଣ, ମହାବୀରରୋଡ଼ରୁ ୬ଜଣ ଏବଂ ବାମରୁ ୨ ଜଣ ଅଛନ୍ତି।

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବେଡ଼ାପଡାରୁ ୯ଜଣ, ଜାମୁଚକଡାରୁ ୨ଜଣ   ଥିବାବେଳେ ନନ୍ଦପୁର, କୁମୁରିସିଂହା, ବାଂକୀଟିଆ, କପିସାହି, ଜୟପଙ୍ଗା ଏବଂ ନିମବାହାଳିରୁ ଜଣେ  ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୪ଜଣ ଅଛନ୍ତି।

ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୧୧ ଜଣଙ୍କ ମଧ୍ୟରୁ  ସୋଗର ଏବଂ ଜକାରୁ  ୨ଜଣ ଲେଖାଏଁ ଥିବାବେଳେ ରଗଡିପଡ଼ା, କାଦୁଆ, ଆମ୍ବୋଲା, ବାଇସିଂହା, ଯୋଗିଡ଼ିହି, ଜାମୁଝର ଏବଂ କଣ୍ଟାପାଳରୁ ଜଣେ ଲେଖାଏଁ ଅଛନ୍ତି।

ଓଡ଼ାପଡା ବ୍ଲକରୁ (Odapada Block) ଚିହ୍ନଟ ୯ଜଣଙ୍କ ମଧ୍ୟରୁ ଇନ୍ଦିପୁରରୁ ୩ଜଣ, ଖୁଣ୍ଟିଝରିରୁ ୨ଜଣ, ଖଡଗପ୍ରସାଦ, ଲୂଣୀ, ମୂଳିସିଂ ଏବଂ ପଶାସିଂହାରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ଚିହ୍ନଟ ୬ଜଣଙ୍କ ମଧ୍ୟରୁ କୁମୁସି ଏବଂ ଦୋମୁଣୀରୁ ୨ଜଣ ଲେଖାଏଁ ଥିବାବେଳେ ରଙ୍ଗଥାଳି ଏବଂ କୁଲେଇରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୫ଜଣଙ୍କ ମଧ୍ୟରୁ ଯୋରନ୍ଦା, ବୃନ୍ଦାବନପୁର, ଏଲିଜଙ୍ଗା, ଗଁଦିଆ ଏବଂ ଗୋପାଳପୁରରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ବ୍ଲକ (Bhuban Block) ରୁ ୩ଜଣଙ୍କ ମଧ୍ୟରୁ ଆଦିପୁରରୁ ୨ଜଣ ଏବଂ କିଂଗୋଳରୁ ଜଣେ ଅଛନ୍ତି। କାମାକ୍ଷାନଗର NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୬୪୨ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୧୯ ହଜାର ୭୬୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୪୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୧୩୬ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୪ ହଜାର ୮୮୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୫୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ଆଜି ଜଣେ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୫୫ଜଣ କରୋନାରେ ଜୀବନ ହରେଇଲେଣି।

[amazon_auto_links id=”9932″]

Also Read | Covaxin ଟିକା ତିଆରିରେ ବାଛୁରୀ ସେରମ୍ ନାହିଁ :କେନ୍ଦ୍ର ସରକାର

Share this: