ସୁପ୍ରିମକୋର୍ଟ ରେ ପୁରୀ ରଥଯାତ୍ରା ମାମଲାର ଶୁଣାଣି ଜାରି

Share this:

ଗୃହମନ୍ତ୍ରୀ ଅମିତ ଶାହା ଙ୍କ  ଗଜପତି ମହାରାଜ ଙ୍କ ସହ କଥାବାର୍ତ୍ତା

ଭୁବନେଶ୍ୱର(ମହିମା ଲାଇଭ ) : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବବଡେ ଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ପୁରୀ ରଥ ଯାତ୍ରାର ଶୁଣାଣି କରୁଛି। ଏହି ତିନି ଜଣିଆ ବେଞ୍ଚରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ବୋବାଡେ, ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଦୀନେଶ ମହେଶ୍ୱରୀ ରହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନ ବିଚାରପତି ନାଗପୁରରୁ ଶୁଣାଣି କରୁଛନ୍ତି। ଏହାପୂର୍ବରୁ ଗୋଟିଏ ବେଞ୍ଚରେ ରଥଯାତ୍ରାର ଶୁଣାଣି ଚାଲିଥିଲା। ସୁପ୍ରିମକୋର୍ଟର ଭର୍ଚୁଆଲ କୋର୍ଟରେ ଶୁଣାଣି ଚାଲିଛି।

ଗୋଟିଏ ପଟେ ମହାପ୍ରଭୂଙ୍କ ରଥ ଯାତ୍ରାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ଏବଂ ଅନ୍ୟ ପଟେ ପୁରୀର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ରହୁଥିବା ଅସ୍ଥାୟୀ ଦୋକାନଗୁଡ଼ିକୁ ହଟାଇବା ଓ ପୁରୀ ବଡଦାଣ୍ଡ ରେ  ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହିତ ମନ୍ଦିର କାର୍ଯ୍ୟାଳୟରେ ରଥ ଯାତ୍ରା ସମ୍ପର୍କରେ ଏକ ସଭା ଆରମ୍ଭ ହୋଇଛି। ବଡଦାଣ୍ଡ ରୁ  ଦୋକାନ ହଟାଇବା ପରେ ଭକ୍ତମାନେ ନିଶ୍ଚିତ ଯେ ରଥଯାତ୍ରା ନିଶ୍ଚିତ ହେବ। ଫଳରେ ଭକ୍ତମାନଙ୍କ ମଧ୍ୟରେ ଆଶା ଜାଗି ଉଠିଛି। ତେବେ ଏହା ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରୁଛି।

ଅନ୍ୟପକ୍ଷରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ପୁରୀର ଗଜପତି ମହାରାଜ ଦିବ୍ୟା ସିଂଦେବଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ସୂଚନା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ଦ୍ୱାରା ଟୁଇଟ୍ କରାଯାଇଛି। ସମୀର ମହାନ୍ତି  କହିଛନ୍ତି ଯେ ମହାପ୍ରଭୂଙ୍କ ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଗଜପତି ମହାରାଜଙ୍କ ସହ ଫୋନରେ ନୀତି ଏବଂ ରଥ ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି।

Share this: