ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ ସହ ମୃତକ ଙ୍କ ସଂଖ୍ୟା ୧୬

Share this:
  • ସୁସ୍ଥ : ୩୭୨୦
  • ନମୂନା ପରୀକ୍ଷା : ୨୨୭୮୬୦
  • ପଜିଟିଭ : ୫୩୦

ରାଜ୍ୟରେ ଆଉ ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ହୋଇଛି ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬  ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୧୭ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ସର୍ବାଧିକ ୩୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲାରୁ ୪ ଜଣ, ଖୋର୍ଦ୍ଧା ଜିଲାରୁ ୧୬ ଜଣ, ନୟାଗଡ ଜିଲାରୁ ୧୩ , ଝାରସୁଗୁଡା ଜିଲାରୁ ଜଣେ, କଟକ ଜିଲାରୁ ୨୦ ଜଣ, ଜଗତସିଂହପୁର ରୁ ଜଣେ , ବାଲେଶ୍ୱର ଜିଲାରୁ ୧୩ ଜଣ, ଢେଙ୍କାନାଳ ଜିଲାରୁ ୩ , ଅନୁଗୁଳ ଜିଲାରୁ ଜଣେ, ସମ୍ବଲପୁର ଜିଲାରୁ ୫ ଜଣ, ସୁନ୍ଦରଗଡ ଜିଲାରୁ ୧୨ ଜଣ, କଳାହାଣ୍ଡି ରୁ ୬ ଜଣ, କେଉଁଝର ରୁ ୨ ଜଣ , କେନ୍ଦ୍ରାପଡ଼ା ରୁ ୧୦ ଜଣ ,ବଲାଙ୍ଗୀର ରୁ ଜଣେ ଓ ବାରଗଡ଼ ରୁ ଜଣେ ରହିଛନ୍ତି । ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍‌ର ସହାୟତା କାମ ସାରି ଫେରିଥିଲେ ।

Share this: