Cuttack T20 Cricket Match: କଟକ ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ ଆଗମନ ଜାରି, ସନ୍ଧ୍ୟା ୭ରେ ମ୍ୟାଚ୍‍

Share this:

କଟକ: Cuttack T20 Cricket Match Updates Score ଆଜି କଟକ ବାରବାଟୀ ଷ୍ଟାଡିୟମ୍‍ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ସନ୍ଧ୍ୟା ୭ଟାବେଳେ ଖେଳାଯିବ। ଦିନ ୩ରୁ ଦର୍ଶକଙ୍କ ଆଗମନ ଜାରି ରହିଛି। ଆଜିର ଖେଳକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ରହିଛି। ଆଜିର ମ୍ୟାଚ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ବାରବାଟୀରେ ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ୍‍ ଆରମ୍ଭ ହେବାର ସଙ୍କେତ ଦେବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ ବାରବାଟୀ ଷ୍ଟାଡିୟମରେ ଗତ ୨୦୧୯ ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଥିଲା। ଏହି ମ୍ୟାଚ୍‍ ପାଇଁ ପୁଲିସ୍‍ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମ୍‍ ଭିତରକୁ ଦର୍ଶକମାନେ ପାଣି ବୋତଲ ଏବଂ ବାହାର ଖାଦ୍ୟ ନେବା ଉପରେ କଟକଣା ଜାରି ହୋଇଛି। ଏଥିସହିତ ଦିଆସିଲି, ହେଲମେଟ, ବ୍ୟାଗ୍‍ ମଧ୍ୟ ଷ୍ଟାଡିୟମ୍‍ ଭିତରକୁ ନେବାପାଇଁ ଅନୁମତି ଦିଆଯାଇନାହିଁ। ଖୁଚୁରା ପଇସାକୁ ନ ଆଣିବାକୁ କୁହାଯାଇଛି। ସମସ୍ତ ଦର୍ଶକ ତଥା ଷ୍ଟାଡିୟମ୍‍ରେ ମୁତୟନ ପୋଲିସ୍‍ କର୍ମଚାରୀ ମାସ୍କ ପିନ୍ଧିବେ। ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି। ତଳ ବାଲିଯାତ୍ରା ପଡିଆ ସମେତ ଗୋରାକବର, ସେଣ୍ଟ ଜାଭିୟସ୍‍ ର୍ସ୍କୁଲ ଏବଂ କେମ୍ଭ୍ରିଜ୍‍ ସ୍କୁଲ ଆଦି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଷ୍ଟାଡିୟମଠାରେ ଏକ କଣ୍ଟ୍ରୋଲ ରୁମ୍‍ ସ୍ଥାପନ କରାଯାଇଛି। ଗତକାଲି ଦୁଇଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି।

Read Also | Corona Cases Odisha: ଓଡିଶାରୁ ଆଜି ୧୯ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *