Covid19 Agul: ଅନୁଗୁଳ ଜିଲ୍ଲାରୁ୧୬୫ କରୋନା ପଜିଟିଭ ଚିହ୍ନଟ, ଅକ୍ସିଜେନ୍‌ ଗଛିତ ରଖିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

Share this:

ଅନୁଗୁଳ: ସୋମବାରଦିନ ଅନୁଗୁଳ (Angul) ଜିଲ୍ଲାରେ ୧୬୫ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୨୭୫ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରନ୍ତଙ୍କ ସଂଖ୍ୟା ୩୧୧ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ୩୫ଜଣଙ୍କ ମଧ୍ୟରୁ ୨୨ଜଣ ପୁରୁଷ ଓ୧୩ ଜଣ ମହିଳା, ବଅଁରପାଳ ବ୍ଳକ ଅଂଚଳରୁ ୩୪ଜଣଙ୍କ ମଧ୍ୟରୁ ୨୪ଜଣ ପୁରୁଷ ଓ ୧୦ଜଣ ମହିଳା, ତାଳଚେର ବ୍ଳକ୍ ଅଂଚଳରୁ ୩୦ଜଣଙ୍କ ମଧ୍ୟରୁ ୨୩ଜଣ ପୁରୁଷ ଓ ୭ଜଣ ମହିଳା, ଛେଣ୍ଡିପଦା ବ୍ଳକ ଅଂଚଳରୁ ୨୦ଜଣଙ୍କ ମଧ୍ୟରୁ ୧୭ଜଣ ପୁରୁଷ ଓ ୩ଜଣ ମହିଳା, ଅନୁଗୋଳ ବ୍ଲକ ଅଂଚଳରୁ ୧୪ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ ଓ ୪ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୧୨ଜଣଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ଓ ୨ଜଣ ମହିଳା, କଣିହାଁ ବ୍ଳକ୍‌ ଅଂଚଳରୁ ୧୧ଜଣଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ଓ ଜଣେ ମହିଳା, କିଶୋରନଗର ବ୍ଲକ୍‌ ଅଂଚଳରୁ ୫ଜଣଙ୍କ ମଧ୍ୟରୁ ୪ ପୁରୁଷ ଓ ଜଣେ ମହିଳା,ଆଠମଲ୍ଲିକ ବ୍ଲକରୁ ୩ ଜଣ ପୁରୁଷ ଏବଂ ପାଳଲହଡା ବ୍ଲକରୁ ଜଣେ ମହିଳା ଅଛନ୍ତି।  

Mega-Summer-Appliances-Carnival---hero_V1_1500x600v2._CB670290629_

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ଚିକିତ୍ସାଳୟର କରୋନା ୱାର୍ଡକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଅନୁଗୁଳଳ ଜିଲ୍ଲାରୁ ୫୦ ଜଣ ସୁସ୍ଥ ହୋଇଥିବାର ଜଣାପଡିଛି।

Related Post : Covid Saathi Odisha ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟକ୍ତିଗତ ହେଲ୍ପଲାଇନ ଲଞ୍ଚ, ଯୋଗାଇବ କରୋନା ସଂକ୍ରମିତଙ୍କୁ ସେବା

ଅପରାହ୍ନରେ ଜିଲ୍ଲାପାଳ କୋଭିଡର ସ୍ଥିତି ଓ ସରକାରଙ୍କ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରିବାକୁ ନେଇ ସମୀକ୍ଷା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଓ କୋଭିତ କେୟାର ସେଣ୍ଟରରେ ଆବଶ୍ୟକ ପରିମାଣର ଅକ୍ସିଜେନ୍‌ ଗଛିତ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କୋଭିତ କେୟାର ସେଣ୍ଟରର ସଠିକ୍ ପରିଚାଳନାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ସରକାରଂକ ଦ୍ଵାରା ପ୍ରଦତ୍ତ ନିୟମାବଳୀକୁ କଡ଼ାକଡି ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ଅଭୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Also Read | Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

Share this: