ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତର ୩୫୪ ଗାଁରେ ସରକାର ଯୋଗାଇବେ ମୋବାଇଲ ସଂଯୋଗ ସୁବିଧା: ରବିଶଙ୍କର ପ୍ରସାଦ, ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଓଡ଼ିଶା

Share this:

ନୂଆଦିଲ୍ଲୀ : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଗଯୋଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଦେଶର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ଦୂରସଞ୍ଚାର ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସୀମାନ୍ତର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୫୪ଗ୍ରାମରେ ମୋବାଇଲ ଟେଲିଫୋନ ସେବା ଯୋଗାଇ ଦିଆଯିବ। ବିଶେଷକରି ଦେଶର ୬୮ଟି ଆକାଂକ୍ଷୀ ଜିଲା, ସୀମାନ୍ତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଅପହଞ୍ଚ ଇଲାକାରେ ଲୋକଙ୍କୁ ମଧ୍ୟ ଏହି ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ଲୋକଙ୍କୁ ଉତ୍ତମ ମାନର ଜୀବନଧାରଣ ସୁବିଧା ଯୋଗାଇ ଦେବାକୁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଦୂର ସଞ୍ଚାର ସେବା ପହଞ୍ଚିଲେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଶେଷ ଉପକୃତ ହେବେ।

ଚେନ୍ନଇଠାରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ୨୩୦୦  କିମି ଲମ୍ବର ସମୁଦ୍ରଜଳ ଅପ୍‌ଟିକାଲ ଫାଇବର କେବୁଲ ସଂଯୋଗ ବ୍ୟବସ୍ଥାର ଉଦ୍‌ଘାଟନ ଅବସରରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏହି କେବୁଲ ସେବା ପାଇଁ ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହିତ ଦେଶର ଅନ୍ୟାନ୍ୟ ଅପହଞ୍ଚ ଇଲାକାକୁ ଟେଲି ସେବା ଯୋଗାଇ ଦେବାକୁ ସରକାର କାର୍ଯ୍ୟ କରୁଛନ୍ତି।

ଦେଶର ଅପହଞ୍ଚ ଓ ଅଗମ୍ୟ ଅଞ୍ଚଳରେ ବିଭିନ୍ନ ଟେଲି ସଂଯୋଗ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଦେଶର ମୋଟ ୩୫୪ଟି ଟେଲିସେବା ସୁଯୋଗ ନଥିବା ଗାଁକୁ ଟେଲି ସଂଯୋଗ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିସବୁ ଗ୍ରାମ ସାମରିକ, ସୀମା ସରହଦ ଓ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିମଧ୍ୟରୁ ୧୪୪ଟି ଗାଁ ଜମ୍ମୁ, କଶ୍ମୀର ଓ ଲଦଖରେ ରହିଛି। ଅବଶିଷ୍ଟ ଗ୍ରାମଗୁଡିକ ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଗୁଜରାଟର ଅଗ୍ରାଧିକାର କ୍ଷେତ୍ରରେ ଅଛି। ସୀମାନ୍ତ ଅଞ୍ଚଳରେ ମୋବାଇଲ ସଂଯୋଗ ବ୍ୟବସ୍ଥାରେ ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ଏସବୁ ଗ୍ରାମଗୁଡିକ ଟେଲି ସଂଯୋଗ ଯୋଗାଇ ଦିଆଯିବ।

ଏହି ପ୍ରକଳ୍ପ ସଂପୂର୍ଣ୍ଣଭାବେ କାର୍ଯ୍ୟକାରୀ ହେଲେ ଜମ୍ମୁ, କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ସବୁ ଗ୍ରାମକୁ ମୋବାଇଲ ସଂଯୋଗ ଯୋଗାଣ ସମ୍ଭବ ହୋଇପାରିବ। ସେନା, ସୀମା ସୁରକ୍ଷା ବାହିନୀ, ସୀମାନ୍ତ ସଡ଼କ ପ୍ରତିଷ୍ଠାନ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ, ଆଇଟିବିପି ଓ ଏସ୍‌ଏସ୍‌ବି ଭଳି ପ୍ରତିଷ୍ଠାନ ଓ ସଂଗଠନକୁ ଯୋଗାଯୋଗ ସୁବିଧା ଯୋଗାଇବା ପାଇଁ ୧୪୭ଟି ସ୍ଥାନରେ ଉପଗ୍ରହ ଭିତ୍ତିକ ଡିଜିଟାଲ ସାଟେଲାଇଟ ଫୋନ ଟର୍ମିନାଲ ସୁବିଧା ଯୋଗାଇ ଦିଆଯାଇଛି। ଏସବୁ ମଧ୍ୟରୁ ୧୮୩ ଟି ସ୍ଥାନରେ ଯୋଗାଯୋଗ ସୁବିଧା ଉପଲବ୍ଧ ହେଲାଣି। ଅନ୍ୟତ୍ର ଏହି କାର୍ଯ୍ୟ ଦ୍ରୁତଗତିରେ ଚାଲିଛି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଟେଲିକମ୍‌ ବିଭାଗ ପକ୍ଷରୁ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ୨୪ଟି ଆକାଂକ୍ଷୀ ଜିଲାରେ ମୋବାଇଲ ସଂଯୋଗ ସବୁ ଗ୍ରାମକୁ ଯୋଗାଇ ଦଆଯାଇଛି । ସେହିଭଳି ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶର ୪୪ଟି ଆକାଂକ୍ଷୀ ଜିଲାର ୭୨୮୭ ସେବାରହିତ ଗ୍ରାମକୁ ଖୁବ୍‌ଶୀଘ୍ର ମୋବାଇଲ ସେବା ଯୋଗାଇ ଦିଆଯିବ। ଏଥିପାଇଁ ଏକ ପ୍ରସ୍ତାବ ସରକାରଙ୍କ ବିଚରାଧୀନ ରହିଛି।

Add Your Heading Text Here

Share this: