Odisha Weather Report : ରାଜ୍ୟରେ ଆସନ୍ତା ଦୁଇ ତିନି ଦିନ ଗୁଳୁଗୁଳିର ସମ୍ଭାବନା, ୨୦ରୁ ଲଘୁଚାପ ବର୍ଷା

Share this:

ଭୁବନେଶ୍ୱର (ବ୍ୟୁରୋ): Odisha Weather Latest Report Updates ରାଜ୍ୟରେ ବର୍ତ୍ତମାନ ମୌସୁମୀ (Monsoon) ସକ୍ରିୟ ନାହିଁ। ଏହାର ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ଯାଏଁ ଗୁଳୁଗୁଳିର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଆକାଶ ପ୍ରାୟ ମେଘମୁକ୍ତ ରହିବ। ଆସନ୍ତା ଦୁଇ ତିନି ଦିନ ତାପମାତ୍ରାରେ ବୃଦ୍ଧି ଏବଂ ବାୟୁମଣ୍ଡଳର ଉଚ୍ଚ ଆର୍ଦ୍ରତା ପରିଲକ୍ଷିତ ହେବା ସହିତ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ମିଳିଛି।


ସେହିପରି ଆସନ୍ତା ୧୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ୨୦ରୁ ୨୩ ତାରିଖ ଯାଏ ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ମୟୂଭରଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୭ ତାରିଖରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ବାଲେଶ୍ୱର ଜିଲାରେ ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

Read Also | Cuttack: ପାର୍ବଣରେ ଦାଦାବଟି ଉପରେ ଲାଗିବ ରୋକ୍‍, ଅଭିଯୋଗ ପାଇଁ ନମ୍ବର ଜାରି

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *