ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ନାମରେ ମାଗୁଛନ୍ତି ଭୋଟ
ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟ ଭୋଟରଙ୍କ ପ୍ରଭାବ ବେଶ ବୃଦ୍ଧି ପାଇଛି।ଏହିମାନଙ୍କର ଭୋଟ ହେବ ନିର୍ଣ୍ଣାୟକ ଏକଥା ବେଶ ଭଲଭାବରେ ଜାଣିଛନ୍ତି ଉଭୟ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନ। ସେଥିପାଇଁ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି।
ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଏବଂ ତାଙ୍କ ସହ ଥିବା ବନ୍ଧୁତାକୁ ନେଇ ଭାରତୀୟ-ଆମେରିକୀୟଙ୍କ ଭୋଟ୍ ପାଇବାକୁ ଆଶରଖିଛନ୍ତି। ଏମିତି ଏକ ଖବରରୁ ତାହାହିଁ ଜଣାପଡୁଛି। ଶନିବାର ଦିନ ଟ୍ରମ୍ପଙ୍କ ନିର୍ବାଚନ ଗୃପ ତରଫରୁ ଏକ ଭିଡିଓ ଜାରି କରାଯାଇଥିଲା ଯାହାକି ଭାରତୀୟ-ଆମେରିକୀୟଙ୍କ ଭୋଟ୍ ପାଇବା ପାଇଁ ତିଆରି କରାଯାଇଥିଲା। ଏହି ଭିଡିଓରେ ‘ହାଉ ଡି ମୋଦୀ'(HowdyModi) ଏବଂ ‘ନମସ୍ତେ ଟ୍ରମ୍ପ’ ଘଟଣାର କ୍ଲିପ୍ସ ମାଧ୍ୟମରେ ପ୍ରଚାର କରାଯାଇଛି।
ଫାଇନାନ୍ସ କମିଟିର ସଭାପତି କିମ୍ବର୍ଲି ଗିଲଫୋଏଲ୍ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ସହ ଆମେରିକାର ବହୁତ ଭଲ ସମ୍ପର୍କ ରହିଛି ଏବଂ ଆମର ଅଭିଯାନକୁ ଭାରତୀୟ-ଆମେରିକୀୟମାନେ ସମର୍ଥନ କରୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ( Donald Trump)ଙ୍କ ବଡ ପୁଅ ମଧ୍ୟ ଏହାକୁ ରିଟ୍ୱିଟ କରିଛନ୍ତି। ସେପ୍ଟେମ୍ବର ୨୦୧୯ ରେ ହାଓଡି ମୋଦୀ(HowdyModi) ଘଟଣାର ଦୃଶ୍ୟ ସହିତ ଆରମ୍ଭ ହୋଇଛି ଯେଉଁଥିରେ ଜନତା ଉତ୍ସାହିତ ଅଛନ୍ତି। ଏଥିରେ ପିଏମ ମୋଦୀଙ୍କୁ ଟ୍ରମ୍ପ ଉପସ୍ଥାପନ କରୁଥିବା ଦେଖାଯାଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି , ରାଷ୍ଟ୍ରପତି,ଆପଣ ମୋତେ ୨୦୧୭ ରେ ଆପଣଙ୍କ ପରିବାର ସହିତ ପରିଚିତ କରାଇଲ ଏବଂ ଆଜି ମୋର ପରିବାର ସହିତ ତୁମକୁ ପରିଚିତ କରିବାର ସୌଭାଗ୍ୟ ମୁଁ ପାଇଛି।
ଏହି ଭିଡିଓରେ ଚଳିତ ବର୍ଷ ଫେବୃୟାରୀରେ ଅହମ୍ମଦାବାଦରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ ଘଟଣାର ଦୃଶ୍ୟକୁ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ(Prime Minister Modi) ଏବଂ ଟ୍ରମ୍ପ ଆଲିଙ୍ଗନ କରୁଥିବା ସମୟରେ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ସହ ଦର୍ଶକଙ୍କୁ ଅଭିବାଦନ କରୁଛନ୍ତି। ଟ୍ରମ୍ପ କହିଛନ୍ତି, ‘ଆମେରିକା ଭାରତକୁ ଭଲ ପାଏ। ଆମେରିକା ଭାରତକୁ ସମ୍ମାନ କରେ ଏବଂ ଆମେରିକା ସର୍ବଦା ଭାରତ ଏବଂ ଭାରତୀୟ ଲୋକଙ୍କ ବିଶ୍ୱସ୍ତ ଏବଂ ପ୍ରକୃତ ବନ୍ଧୁ ହେବ। ‘
America enjoys a great relationship with India and our campaign enjoys great support from Indian Americans! 👍🏻🇺🇸 pic.twitter.com/bkjh6HODev
— Kimberly Guilfoyle (@kimguilfoyle) August 22, 2020
Also Read:
କମଲା ହ୍ୟାରିସଙ୍କ ଅପେକ୍ଷା ମୋ ସହିତ ଅଧିକ ଭାରତୀୟ ଅଛନ୍ତି: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଆମେରିକାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ମୂଳନିବାସୀ କମଲା ହ୍ୟାରିସ ଭାରତ ପାଇଁ କେତେ ଉପଯୋଗୀ!
ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ