ରଘୁବଂଶ ପ୍ରସାଦ ସିଂଙ୍କ ଶେଷ ଚିଠିରେ ଥିବା ଭାବନାକୁ ପୂରଣ କରାଯିବ:ପ୍ରଧାନମନ୍ତ୍ରୀ ମୋଦୀ, ଚିଠିରେ ସେ ଲେଖିଥିଲେ କଣ…

Share this:

ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପର ଉଦଘାଟନ

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ଜରିଆରେ ବିହାର (Bihar) ରେ ତିନୋଟି ପ୍ରମୁଖ ପେଟ୍ରୋଲିୟମ କ୍ଷେତ୍ର ପ୍ରକଳ୍ପର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସେ ରଘୁବଂଶ  ପ୍ରସାଦଙ୍କୁ ସମସ୍ୟା ସହ ଜଡିତ  ଏବଂ ଦାରିଦ୍ର୍ୟକୁ ବୁଝୁଥିବା ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ବିହାରରେ ତିନିଟି ପେଟ୍ରୋଲିୟମ ପ୍ରକଳ୍ପର (Petroleum Sector Projects) ଉଦଘାଟନ କରିଛନ୍ତି ଯାହାର ମୂଲ୍ୟ ୯୦୦ କୋଟିରୁ ଅଧିକ। ଏହି ପ୍ରକଳ୍ପଗୁଡ଼ିକରେ ପାରାଦ୍ଵିପ-ହଳଦିଆ -ଦୁର୍ଗାପୁର ପାଇପଲାଇନ ଅଗମେଣ୍ଟେସନ୍ ପ୍ରୋଜେକ୍ଟ  (Paradip-Haldia-Durgapur Pipeline Augmentation Project), ବାଙ୍କା (Banka) ଏବଂ ଚମ୍ପାରନ (Champaran) ରେ ଦୁଇଟି ଲିକ୍ୱିଡ୍ ପେଟ୍ରୋଲିୟମ ଗ୍ୟାସ୍ ବଟଲିଂ ପ୍ଲାଣ୍ଟ (Liquified Petroleum Gas Bottling) ଅନ୍ତର୍ଭୁକ୍ତ ଅଟେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରଘୁବଂଶ ପ୍ରସାଦ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବିକାଶ କାର୍ଯ୍ୟର ତାଲିକା ମଧ୍ୟ ଦେଇଛନ୍ତି। ସେ ବିହାର ଏବଂ ବିହାରର ଲୋକମାନଙ୍କ ପାଇଁ  ଚିନ୍ତିତ ଥିଲେ। ମୁଁ ନୀତୀଶ  କୁମାରଙ୍କୁ ଅନୁରୋଧ କରୁଛି ଯେ ଆପଣ ଏବଂ ଆମେମାନେ ତାଙ୍କ ଶେଷ ଚିଠିରେ ପ୍ରକାଶ କରିଥିବା ଭାବନାକୁ ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ଉଚିତ୍।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ସମୟରେ ତାଙ୍କ ସହ ହୋଇଥିବା ସମ୍ପର୍କକୁ ମନେ ପକାଇଥିଲେ। ବିଜେପି ସଂଗଠନରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସହ ତାଙ୍କର ଘନିଷ୍ଠ ପରିଚୟ ଥିବା କହିଥିଲେ। ଯେତେବେଳେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ, ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଯୋଗାଯୋଗରେ ଥିଲି।

ପ୍ରକୃତରେ ରଘୁବଂଶଙ୍କ ଚିଠିରେ କ’ଣ ଦାବି ଥିଲା? ରଘୁବଂଶ ପ୍ରସାଦ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖି ବିହାର ସମ୍ପର୍କରେ ଅନେକ ଦାବି କରିଥିଲେ। ଉଦାହରଣ ସ୍ୱରୂପ, ୧୫ ଅଗଷ୍ଟରେ ପାଟନାରେ ମୁଖ୍ୟମନ୍ତ୍ରୀ ଏବଂ ବିଶ୍ୱର ପ୍ରଥମ ଗଣତନ୍ତ୍ର ବୈଶାଳୀ (Vaishali) ରେ  ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିଭଳି ଜାନୁଆରୀ ୨୬ ରେ ରାଜ୍ୟପାଳ ପାଟନାରେ ଜାତୀୟ ପତାକା ଏବଂ ମୁଖ୍ୟମନ୍ତ୍ରୀ ବୈଶାଳୀରେ ଉଦଘାଟନ କରିବା ଉଚିତ। ସେ ୨୬ ଜାନୁୟାରୀ ୨୦୨୧ରେ ବୈଶାଳୀ ଜାତୀୟ ପତାକା ଉତ୍ତୋଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିଲେ।

ସିଏମ ନୀତୀଶ କୁମାରଙ୍କୁ ଲେଖାଯାଇଥିବା ଚିଠିରେ ରଘୁବଂଶ  ଅନ୍ୟ ଏକ ଦାବି କରି କହିଛନ୍ତି ଯେ ମନରେଗା (MNREGA) ଆଇନ ସରକାରୀ ଏବଂ ଏସସି-ଏସଟି ଜମିରେ କାମ ପାଇଁ ବ୍ୟବସ୍ଥା କରାଯାଇଛି, ସେହି ବିଭାଗରେ ସାଧାରଣ ଚାଷୀଙ୍କ ଜମିରେ ମଧ୍ୟ କାର୍ଯ୍ୟ କରାଯିବ। ଏହି ପ୍ରଭାବର ନିୟମ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ।

ରଘୁବଂଶ  ପ୍ରସାଦ ମଧ୍ୟ ଆଫଗାନିସ୍ତାନର କାବୁଲ (Kabul) ରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଭିକ୍ଷାପାତ୍ରକୁ ଆଣିବାକୁ ଦାବି କରିଥିଲେ। ଏଥି ସହିତ ସେ ବୈଶାଳୀର ସମସ୍ତ ପୋଖରୀକୁ ଜଳ-ଜୀବନ-ସବୁଜ ଅଭିଯାନ ସହିତ ସଂଯୋଗ କରିବାକୁ ଅନୁରୋଧ କରିଥିଲେ। ଗାନ୍ଧୀ ସେତୁ ଉପରେ ଏକ ଫାଟକ ନିର୍ମାଣ କରିବାକୁ ଏବଂ ଏହା ଉପରେ ‘ବିଶ୍ୱର ପ୍ରଥମ ଗଣତନ୍ତ୍ର  ବୈଶାଳୀ ‘ ଲେଖିବାକୁ ଅନୁରୋଧ କରିଥିଲେ।

Also Read:

ଭାରତରେ ପ୍ରଥମ କରୋନା ଭାଇରସ୍ ପରୀକ୍ଷା ସୁବିଧା ଦିଲ୍ଲୀ ବିମାନବନ୍ଦରେ ଆରମ୍ଭ

Share this: