PM Kisan: ପ୍ରଧାନମନ୍ତ୍ରୀ ମୋଦୀ ୯ କୋଟି କୃଷକଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି ଆଜି

Share this:

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଆଜି PM-Kisan ଯୋଜନା ଅଧୀନରେ ଆର୍ଥିକ ଲାଭର ପରବର୍ତ୍ତୀ କିସ୍ତି କୃଷକଙ୍କ ଆକାଉଣ୍ଟକୁ ପ୍ରେରଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରର ଆକାଉଣ୍ଟକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି।

ଏହି କାର୍ଯ୍ୟକ୍ରମ ହେଉଛି ସେହି ଦିନ ଯେଉଁ ଦିନ ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee) ଙ୍କ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରାଯାଉଛି। ୨୦୧୪ ରେ କ୍ଷମତାକୁ ଆସିବା ପରଠାରୁ ବିଜେପି ଏହି ଦିନକୁ ‘ଉତ୍ତମ ଶାସନ ଦିବସ’ ଭାବରେ ପାଳନ କରିଥାଏ। ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଲିଖିତ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛଅଟି ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପିଏମ-କିଷାନ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କୃଷକମାନେ ସେମାନଙ୍କର ଅଭିଜ୍ଞତା କହିଛନ୍ତି।

ସୂଚନାଯୋଗ୍ୟ ପିଏମ-କିଷାନ ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ, ଯାହା ପ୍ରତ୍ୟେକ ଚାରି ମାସରେ ୨ ହାଜର ଟଙ୍କାର କିସ୍ତି ଆକାରରେ ଦିଆଯାଇଥାଏ। ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ।

[amazon_auto_links id=”9939″]

Share this: