Covid19 Odisha: ଆଜି ରାଜ୍ୟରୁ ନୂଆ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୫ଜଣ ନୂଆ କରୋନା (Covid-19) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮୭ଜଣ କ୍ୱାରାଣ୍ଟାଇନ୍‌ ଓ ୧୩୮ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳରୁ ୩୨ଜଣ, ବାଲେଶ୍ଵରରୁ ୨୮ଜଣ, ବରଗଡ଼ ଜିଲ୍ଲାରୁ ୧୮ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, କଟକରୁ ୧୯ଜଣ, ଦେବଗଡ଼ରୁ ୪ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୭ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳହାଣ୍ଡିରୁ ୫ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୧୧ଜଣ, ଖୋର୍ଧାରୁ ୩୬ଜଣ, ମୟୁରଭଞ୍ଜରୁ ୧୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୧୮ଜଣ, ପୁରୀରୁ ୪ଜଣ ଓ ସମ୍ବଲପୁରରୁ ୨୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୩୩ଜଣ ଓ ଷ୍ଟେଟପୁଲରୁ ୯ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୭ ଲକ୍ଷ ୭୦ହଜାର ୧୦୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୨୭ ହଜାର ୮୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ଲକ୍ଷ ୨୨ ହଜାର ୯୭୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ହଜାର ୯୮୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏଥିସହିତ ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତଙ୍କ ସଂଖ୍ୟା ୧୮୫୩ ରେ ପହଞ୍ଚିଛି।

Also Read |SARS-Cov 2: ବ୍ରିଟେନ୍‍ରୁ ଭୁବନେଶ୍ୱର ଫେରିଥିବା ଯୁବକ କରୋନା ଚିହ୍ନଟ; ନୂଆ ଷ୍ଟ୍ରେନ୍‍ ଜାଣିବା ପାଇଁ କରାଯିବ ଜିନ୍‍ ଅନୁଶୀଳନ

Share this: