Plus 2 Exam 2023 Time Table: ମାର୍ଚ୍ଚ ୧ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ
ଭୁବନେଶ୍ଵର: Plus 2 Exam 2023 Time Table ପ୍ଲସଟୁ ପରୀକ୍ଷାକୁ ନେଇ ଆସିଛି ବଡ ଖବର। ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା। ଅର୍ଥାତ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଆଜି ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁସାରେ ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା-୨୦୨୩ ଦେବେ (Plus 2 Exam 2023 Time Table)। ସେହିପରି ମାର୍ଚ୍ଚ ୨ରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏଥିସହିତ ମାର୍ଚ୍ଚ ୩ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ।
Advertisement
ଯୁକ୍ତ ୨ ପରୀକ୍ଷା ସକାଳ ସମୟ ୧୦ଟାରୁ ଆରମ୍ଭ ହୋଇ ଦିନ ୧ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧ ତାରିଖ ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ବାର୍ଷିକ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ କୋଭିଡ୍ ଗାଇଡଲାଇନ୍କୁ ବାଧ୍ୟତାମୂଳକ ଭାବେ ପାଳନ କରିବେ ବୋଲି ଜଣାପଡିଛି।
Read Also | Mahima Gosain Express: ସମ୍ବଲପୁର-ଶାଲିମାର ଟ୍ରେନର ନାମ ମହିମା ଗୋସ୍ୱାଇଁଙ୍କ ନାମରେ ନାମିତ
FROM THE WEB