Dhenkanal: ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ପାଇଲଟ୍‍ ପ୍ରୋଜେକ୍ଟ ଆରମ୍ଭ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ‘ମହିଳା ଓ ବାଳିକା ସହାୟକ ପଞ୍ଚାୟତ ପ୍ରକଳ୍ପ’ ଆରମ୍ଭ ହୋଇଛି।

ଜିଲ୍ଲାରେ ବର୍ତ୍ତମାନ ମହିଳା ଫ୍ରେଣ୍ଡଲି ପାଇଲଟ୍‍ ପ୍ରକଳ୍ପ (Pilot Project) ରେ ୪ଟି ବ୍ଲକ  ଗଁଦିଆ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗକୁ ସାମିଲ କରାଯାଇଛି। ପରେ କଙ୍କଡାହାଡ ବ୍ଲକକୁ ଯୋଡ଼ିବାକୁ କୁହାଯାଇଛି।

ଏହି ପ୍ରକଳ୍ପ ଅଧୀନରେ ମହିଳାଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ପଞ୍ଚାୟତ ସ୍ତରରେ ମହିଳା, ସ୍ୱୟଂ ସହାହୟକ ଗୋଷ୍ଠୀ ଓ ପଞ୍ଚାୟତ ପ୍ରତିନିଧିକୁ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଶିକ୍ଷା, Unicef, UNAFBA, ପଞ୍ଚାୟତିରାଜ ଓ ସମାଜମଙ୍ଗଳ ବିଭାଗ ଅନ୍ତର୍ଭୁକ୍ତ ହେବେ ବୋଲି ସୂଚନା ମିଳିଛି।

Also Read | Covid19 India: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ୩୬,୬୦୪ ନୂଆ ମାମଲା, ୫୦୧ ମୃତ୍ୟୁ

Share this: