Petrol Price: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅଧା ହୋଇପାରେ! ଚାଲିଛି ମୋଦୀ ସରକାରଙ୍କ ବିଚାର, କିନ୍ତୁ ରାଜ୍ୟ ସରକାରମାନେ ନାରାଜ

petrol tank

ନୂଆଦିଲ୍ଲୀ: ଦେଶର ପ୍ରାୟ ସ୍ଥାନରେ ବର୍ତ୍ତମାନ ପେଟ୍ରୋଲ ଦର ଶହେ ଟଙ୍କା ପାର କରିସାରିଲାଣି। ଏହାକୁ ନେଇ ସରକାର ଚାପରେ। ପେଟ୍ରୋଲ ଏବଂ ଡିଜେଲ ଦର (Petrol and Diseal Price) ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯଦି ଜିଏସଟି ପରିଷଦ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)ଙ୍କ ସୁପାରିଶକୁ କାର୍ଯ୍ୟକାରୀ କରେ, ତେବେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ପାଇବ। ଦୁଇ ଦିନ ପୂର୍ବେ ସେ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଜିଏସଟି ପରିଷଦ (GST Council)କୁ ପେଟ୍ରୋଲିୟମ ଉତ୍ପାଦକୁ ଏହାର ଆଭିମୁଖ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରୁଛି, କାରଣ ଏହା ଲୋକଙ୍କ ପାଇଁ ଲାଭଦାୟକ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman ) ମଧ୍ୟ ସମାନ ସଙ୍କେତ ଦେଇଛନ୍ତି।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବାର ଟ୍ୟାକ୍ସ (Tax) ହେଉଛି ସବୁଠାରୁ ବଡ କାରଣ। କେନ୍ଦ୍ର ସରକାର ଏକ୍ସାଇଜ୍ (Excise) ଏବଂ ରାଜ୍ୟ ଭ୍ୟାଟ୍ (VAT) ଆଦାୟ କରୁଛନ୍ତି। ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସାଇଜ୍ ଏବଂ ଭାଟ୍ ନାମରେ ୧୦୦ ପ୍ରତିଶତରୁ ଅଧିକ ଟିକସ ସଂଗ୍ରହ କରୁଛନ୍ତି। ଏହି ଦୁଇଟିର ହାର ଏତେ ଅଧିକ ଯେ ୩୫ ଟଙ୍କା ପେଟ୍ରୋଲ ରାଜ୍ୟରେ ଲିଟର ପିଛା ୯୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚୁଛି। ଏହା ପେଟ୍ରୋଲ ଏବଂ ଡିଜେଲର ହାରକୁ ପ୍ରଭାବିତ କରୁଛି।

Related Post | Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୂଚନାଅନୁସାରେ ଯଦି ପେଟ୍ରୋଲ ଏବଂ ଡିଜେଲକୁ ଅଧିକ ଜିଏସଟି ହାରରେ ରଖାଯାଏ, ତେବେ ବର୍ତ୍ତମାନର ମୂଲ୍ୟ ଅଧାକୁ ହ୍ରାସ କରାଯାଇପାରେ।

ଯଦି ଜିଏସଟି ପରିଷଦ ଏକ ନିମ୍ନ ସ୍ଲାବ ପାଇଁ ଚୟନ କଲା, ତେବେ ମୂଲ୍ୟ ହ୍ରାସ ହୋଇପାରେ।

ଭାରତରେ ଚାରୋଟି ପ୍ରାଥମିକ ଜିଏସଟି ହାର ଅଛି ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮  ପ୍ରତିଶତ।

ଏକ ଆକଳନ ଅନୁସାରେ ଯଦି ପେଟ୍ରୋଲକୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ରଖାଯାଏ, ତେବେ ଏହା ସମଗ୍ର ଦେଶରେ ଲିଟର ୩୭.୫୭ଟଙ୍କା ହେବ ଏବଂ ଡିଜେଲ ହାର ୩୮.୦୩ ଟଙ୍କାକୁ ହ୍ରାସ ପାଇବ।

ଯଦି ୧୨ ପ୍ରତିଶତ ଜିଏସଟି ସ୍ଲାବରେ ରଖାଯାଏ, ତେବେ ପେଟ୍ରୋଲ ମୂଲ୍ୟ ୪୦ ପ୍ରତିଶତ ଏବଂ ଡିଜେଲ ୪୦.୫୬ ଟଙ୍କା ହେବ।

ଯଦି ପେଟ୍ରୋଲ ୧୮ ପ୍ରତିଶତ ଜିଏସଟି ସ୍ଲାବରେ ଆସେ, ତେବେ ଏହାର ମୂଲ୍ୟ ୪୨.୨୨ ଟଙ୍କା ଏବଂ ଡିଜେଲ ୪୨.୭୩ ଟଙ୍କା ହେବ।

ଯଦି ୨୮ ପ୍ରତିଶତ ଜିଏସଟି ସ୍ଲାବରେ ଇନ୍ଧନ ରଖାଯାଏ, ତେବେ ପେଟ୍ରୋଲ ୪୫.୭୯ ଟଙ୍କା ଏବଂ ଡିଜେଲ ୪୬.୩୬ ଟଙ୍କା ହେବ।

ସବୁଠାରୁ ବଡକଥା ଜିଏସ୍ଟି ବ୍ୟବସ୍ଥାରେ ପେଟ୍ରୋଲ ଏବଂ ଡିଜେଲ ଆଣିବାକୁ ରାଜ୍ୟମାନେ ଇଚ୍ଛୁକ ନୁହଁନ୍ତି। ଜିଏସଟି ୧ ଜୁଲାଇ ୨୦୧୭ ରେ ଲାଗୁ କରାଯାଇଥିଲା। ରାଜ୍ୟଗୁଡିକର ଅଧିକ ନିର୍ଭରଶୀଳତା ହେତୁ ସେହି ସମୟରେ ପେଟ୍ରୋଲ ଏବଂ ଡିଜେଲ ଏଥିରୁ ଦୂରେଇ ରହିଥିଲା। ଯଦି ଜିଏସଟିରେ ପେଟ୍ରୋଲିୟମ ଉତ୍ପାଦ ଅନ୍ତର୍ଭୁକ୍ତ ହୁଏ, ତେବେ ଇନ୍ଧନର ସମଗ୍ର ଦେଶରେ ସମାନ ମୂଲ୍ୟ ରହିବ।  

Also Read | Corona Virus India Updates: ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଉର୍ଦ୍ଧ ସହ-ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଟୀକା

Share this:

Leave a Reply

Your email address will not be published. Required fields are marked *