ରାଜ୍ୟ ରେ ପୁଣି ୩୦୪ କୋରୋନା ପଜିଟିଭ

Share this:
  • ସୁସ୍ଥ : ୩୫୩୪ 
  • ନମୂନା ପରୀକ୍ଷା : ୨୨୪୪୦୨ 
  • ପଜିଟିଭ : ୫୧୬୦

ରବିବାର ରାଜ୍ୟରେ ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ୫୧୬୦ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

ଗଜପତି ଜିଲା ରୁ ସର୍ବାଧିକ ୪୭ ଜଣ ରହିଛନ୍ତି। ତା ତଳ କୁ ଗଞ୍ଜାମ ରେ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭଦ୍ରକ ଜିଲାରୁ ୧୧ ଜଣ, ଖୋର୍ଦ୍ଧା ଜିଲାରୁ ୫ ଜଣ, ନୟାଗଡ ଜିଲାରୁ ୩ , ଝାରସୁଗୁଡା ଜିଲାରୁ ୨୫ ଜଣ, କଟକ ଜିଲାରୁ ୧୩ ଜଣ, ଜଗତସିଂହପୁର ୨୯ ଜଣ, ବାଲେଶ୍ୱର ଜିଲାରୁ ୧୭ ଜଣ, ଢେଙ୍କାନାଳ ଜିଲାରୁ ୧ , ସୋନପୁର ଜିଲାରୁ ୪ ଜଣ,  ସମ୍ବଲପୁର ଜିଲାରୁ ୨, ସୁନ୍ଦରଗଡ ଜିଲାରୁ ୧ ଜଣ, ପୁରୀ ୩ ଜଣ ,କନ୍ଧମାଳ ୧୨ ଜଣ ,ବୋଲାଙ୍ଗିରି ୧, ମୟୂରଭଞ୍ଜ ୬ ଜଣ,ମାଲକାନଗିରି ୨ ଜଣ ,ବରଗଡ଼ ୧୪ ଜଣ ଯାଜପୁର ୨୧ ଜଣ ,କେନ୍ଦ୍ରାପଡ଼ା ୫ ଜଣ ରହିଛନ୍ତି।

ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୪୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍‌ର ସହାୟତା କାମ ସାରି ଫେରିଥିଲେ ।

ସେହିପରି ୨୩୭ ଜଣ କୁ ମିଶାଇ ୩୫୩୪ ଜଣ  ସୁସ୍ଥ ହୋଇଛନ୍ତି ।

Share this: