Odisha weather report Today: ଆସନ୍ତା ୫ ଦିନ ପାଗ ଶୁଖିଲା, ହେବ ଘନ କୁହୁଡ଼ି
ଭୁବନେଶ୍ଵର : Odisha weather report Today ରାଜ୍ୟରେ ଶୀତ ସାମାନ୍ୟ ଟିକେ କମିଛି। ବର୍ତ୍ତମାନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସକାଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି। ଆଜି କଟକ ଓ ଭୁବନେଶ୍ୱରରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା।
ସେହିପରି ଭଦ୍ରକ, ଜଗତସିଂହପୁର, ପାରାଦ୍ୱୀପ, ପୁରୀ ଏବଂ ଅନୁଗୁଳ ଜିଲ୍ଲାର କେତେକ ଅଞ୍ଚଳରେ କୁହୁଡ଼ି ଦେଖାଦେଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଗତକାଲି କୋରାପୁଟର, ଶିମିଳଗୁଡ଼ାଠାରେ ରାତିର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
Advertisement
ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା (Odisha weather report Today) ରହିବ। ସାମଦ୍ରିକ ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ଫଳରେ ଆସନ୍ତା ୩ ରୁ ୪ ଦିନ ଯାଏଁ ଶୀତର ବିଶେଷ ପ୍ରଭାବ ରହିବ ରହିବ ନାହିଁ ବୋଲି ଜଣାପଡିଛି।
Read Also | Tunisha Sharma Suicide Case: ତୁନିଶା ଶର୍ମା ଆତ୍ମହତ୍ୟା କେସ୍ ରେ ଶିଜାନ ମହମ୍ମଦ ଖାନକୁ ୪ ଦିନ ହେପାଜତକୁ ନେଲା ପୋଲିସ
FROM THE WEB