ରାଜ୍ୟ ସରକାର ୩୦%କମ କଲେ ସ୍କୁଲ ପାଠ୍ୟକ୍ରମ

Share this:

ଭୁବନେଶ୍ୱର:କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଚଳିତ ଶିକ୍ଷାବର୍ଷ ୨୦୨୦-୨୧ ପାଇଁ  ୩୦% ସିଲାବସ ( Syllabus ) କମ କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ ଶିକ୍ଷାଦାନ ପ୍ରଭାବିତ ହେବା ସହିତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ କେବେ ସ୍କୁଲ ଖୋଲିବ ସେ ନେଇ ଏଯାଏଁ କିଛି ସ୍ପଷ୍ଟ ସୂଚନା ଆସି ନାହିଁ। ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ରାଜ୍ୟ ସରକାର ୩୦% ପାଠ୍ୟକ୍ରମ ବା ସିଲାବସ ହ୍ରାସ କରିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦%ସିଲାବସ ହ୍ରାସ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ସୂଚନା ଅନୁସାରେ, କମିଟିର ସୁପାରିଶ ଆଧାରରେ ୩୦% ସିଲାବସ ହ୍ରାସ କରାଯାଇଛି। ନୂଆ ସିଲାବସ ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ।

Also Read:

Share this: