ମୋଦୀ ସରକାର ୬୫ଯୋଜନାରେ ୬୦,୮୬୫ କୋଟି ଟଙ୍କା ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାରେ ଦେଇଛନ୍ତି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ନୂଆଦିଲ୍ଲୀ:ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ୬୫ ଟି ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର ହିତାଧିକାରୀମାନେ ଡ଼ିବିଟି ଜରିଆରେ ତଥା ସିଧାସଳଖ ବ୍ୟାଙ୍କ୍ ଖାତାରେ ୬୦ ହଜାର ୮୬୫ କୋଟି ଟଙ୍କା ପାଇଛନ୍ତି। ଓଡ଼ିଶା ଭଳି ଗ୍ରାମ୍ୟ ଅର୍ଥନୀତି ଅଞ୍ଚଳରେ ଡିବିଟି ଉଭୟ ସରକାର ଏବଂ ଲାଭାର୍ଥୀଙ୍କୁ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ମୋଦୀ ସରକାରଙ୍କ ସମାବେଶୀ ଆର୍ଥିକ ଯୋଜନା ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି ଯେ ପ୍ରତ୍ୟେକ ଘରକୁ ବ୍ୟାଙ୍କ୍ ସହ ଯୋଡ଼ିବା ଏବଂ ବ୍ୟାଙ୍କ୍ ଖାତା ନଥିବା ପ୍ରତ୍ୟେକ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୧୪ ମସିହାରେ ଶୁଭାରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ୍ତ ସମାବେଶୀ ଆର୍ଥିକ କାର୍ଯ୍ୟକ୍ରମ ତଥା ଭୂୟଂସୀ ପ୍ରଶଂସା ପାଇଥିବା ‘ଜନଧନ ଯୋଜନା’ ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଏବଂ ସରକାରୀ ଲାଭ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି କଲ୍ୟାଣକାରୀ ଯୋଜନାରେ ଓଡ଼ିଶାର ୭୪ ଲକ୍ଷ ପରିବାରର ୧.୫ କୋଟିରୁ ଉର୍ଦ୍ଧ୍ୱ ଗରିବ ଲୋକ ଉପକୃତ ହୋଇପାରିଛନ୍ତି ।

ସେହିପରି ‘ମୁଦ୍ରା ଯୋଜନା’ ସମାବେଶୀ ଆର୍ଥିକ ଯୋଜନା ଏବଂ ଦେଶରେ ଅଣୁ ଉଦ୍ୟୋଗ ଗୁଡ଼ିକୁ ମଜବୁତ୍ କରିବା ପାଇଁ ଅନ୍ୟ ଏକ ରଣନୈତିକ ପଦକ୍ଷେପ ଭାବେ ଉଭା ହୋଇଛି। ‘ମୁଦ୍ରା ଯୋଜନା’ରେ ଋଣ ନେଇ ଓଡ଼ିଶାର ୪୧ ଲକ୍ଷ ଲୋକ ସଶକ୍ତ ହୋଇପାରିଛନ୍ତି। ଏହା ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଲୋକଙ୍କ ଆର୍ଥିକ ପ୍ରତିବନ୍ଧକକୁ ମଧ୍ୟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ସେ କହିଛନ୍ତି ଷ୍ଟାଣ୍ଡଅପ୍ ଇଣ୍ଡିଆ ଭାରତର ସମାବେଶୀ ଆର୍ଥିକ ଯୋଜନା ପାରାଡ଼ିଜିମରେ ଆଉ ଏକ ବିପ୍ଳବ। ଷ୍ଟାଣ୍ଡଅପ୍ ଇଣ୍ଡିଆ ଓଡ଼ିଶାର ୨୫୦୦ରୁ ଉର୍ଦ୍ଧ୍ୱ ଉଦ୍ୟମୀଙ୍କ ସ୍ୱପ୍ନକୁ ପୂରଣ କରିଛି, ମହିଳାଙ୍କ ମଧ୍ୟରେ ଉଦ୍ୟୋଗୀର ପ୍ରୋତ୍ସାହନ ବଢ଼ାଇଛି ଏବଂ ଋଣ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁବିଧା ମଧ୍ୟ ଦେଇଛି।

ସମସ୍ତଙ୍କୁ ବ୍ୟାଙ୍କିଂ ସୁବିଧା, ଆର୍ଥିକ ସହାୟତା, ଋଣର ଉପଲବ୍ଧି, ବୀମା ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ମାଧ୍ୟମରେ ଦେଶର ସମସ୍ତ ପରିବାରର ସମାବେଶୀ ଆର୍ଥିକ ଯୋଜନାକୁ ସୁନିଶ୍ଚିତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଦୃଢ଼ ଇଚ୍ଛା ଆତ୍ମନିର୍ଭର ଭାରତର କେନ୍ଦ୍ରବିନ୍ଦୁ ହୋଇଛି। ବର୍ତ୍ତମାନ ୧୩୦କୋଟି ଭାରତୀୟଙ୍କ ପାଇଁ ସମାବେଶୀ ଆର୍ଥିକ ଯୋଜନା ବାସ୍ତବରେ ପରିଣତ ହୋଇଛି। ସବୁ ଭାରତୀୟଙ୍କୁ ବିଶେଷ ଭାବରେ ଗରିବ ଓ ଅସହାୟଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀଙ୍କ ଜୀବନଶୈଳିକୁ ଉନ୍ନତ କରିବା ପାଇଁ ମୋଦୀ ସରକାର କଟିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭାରତକୁ ବିକାଶ ଦିଗରେ ଅଗ୍ରସର କରାଇବାରେ ସମାବେଶୀ ଆର୍ଥିକ ଯୋଜନାର ପ୍ରମୁଖ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତୀୟ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ଲୋକଙ୍କୁ ଆର୍ଥିକ ସମ୍ପନ୍ନ କରିବା ସହ ସଶକ୍ତ ମଧ୍ୟ କରିଛି । ସମାବେଶୀ ଆର୍ଥିକ ଯୋଜନା ମାଧ୍ୟମରେ ବ୍ୟାଙ୍କ୍ ନଥିବା ଲୋକଙ୍କୁ ବ୍ୟାଙ୍କିଂର ସୁବିଧା ଦେବା, ଆର୍ଥିକ ସହାୟତା ଯୋଗାଇବା ଏବଂ ସଂରକ୍ଷିତ ଏବଂ ଅସଂରକ୍ଷିତ ଅଞ୍ଚଳରେ ସେବା ପ୍ରଦାନ କରିବା, କ୍ଷମତା ଗ୍ରହଣ କରିବା ପର ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ କରିଛନ୍ତି ।

Also Read:

ଦଳରେ ୪୫ ସଚିବ ଏବଂ ୪୧ ଯୁଗ୍ମ ସଚିବଙ୍କୁ ନିଯୁକ୍ତ କଲେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ

କରୋନା କାର୍ଯ୍ୟରେ ମୃତ ଶିକ୍ଷକଙ୍କ ପରିବାରକୁ ମିଳିବ ସରକାରୀ ସହାୟତା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଚଳିତ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଛି ୮୧୨କୋଟି ଟଙ୍କା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

FROM THE WEB

Share this: