Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୨୪୨ କରୋନା ପଜିଟିଭ ଚିହ୍ନଟ,୯ ମୃତ
ଭୁବନେଶ୍ଵର: ଓଡ଼ିଶାରେ କରୋନା ପଜିଟିଭ (Corona Virus)ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ରାଜ୍ୟରେ ସ୍ଥିତି ଗଭୀର ଆଡକୁ ଯାଉଛି। ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ୪ ହଜାରରୁ ଅଧିକ ରହୁଛି। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଆଜି ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାରରୁ ଅଧିକ ରହିଛି। ରାଜ୍ୟରେ ଆଜି ପୁଣି ୪ ହଜାର ୨୪୨ଜଣ କରୋନା (Covid-19) ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine)ରୁ ୨ହଜାର ୫୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୩୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ୬୫୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୫୭ ଜଣ, କଟକରୁ ୫୯୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୫୩ ଜଣ, କୋରାପୁଟରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ୧୫୫ ଜଣ, କେଉଁଝରରୁ ୬୨ ଜଣ ଓ କଳାହାଣ୍ଡିରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୧୩ ଜଣ, ସୁନ୍ଦରଗଡ଼ରୁ ୧୩୩ ଜଣ ଓ ସୋନପୁର ଜିଲ୍ଲାରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୩୧ ଜଣ, ଜଗତସିଂହପୁରରୁ ୧୭୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୨୦୫ ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ବରଗଡ଼ରୁ ୧୧୪ ଜଣ, ବାଲେଶ୍ଵରରୁ ୧୫୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬୮ ଜଣ, ବୌଦ୍ଧରୁ ୪୫ ଜଣ ଏବଂ ଭଦ୍ରକରୁ ୧୧୪ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୭ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୮୨ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫୩ ଜଣ, ନବରଙ୍ଗପୁରରୁ ୫୪ ଜଣ ଓ ନୂଆପଡ଼ାରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ଢେଙ୍କାନାଳରୁ ୭୧ ଜଣ, ଦେଓଗଡରୁ ୧୦ ଜଣ, ରାୟଗଡାରୁ ୧୩୪ ଜଣ, ଅନୁଗୋଳରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୭୧ ଜଣ ଏବଂ ମାଲକାନଗିରିରୁ ୬୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୦୬ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୮ ଲକ୍ଷ ୧୪ ହଜାର ୭୩୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୮୪ ହଜାର ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୪୫ ହଜାର ୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ୬୮୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେହିପରି ଓଡ଼ିଶାରେ ଆଜି କରୋନାରେ ୯ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୭୧୦ କୁ ବୃଦ୍ଧି ହୋଇଛି।
Also Read: