Covid-19 Odisha Updates: ଆଜି ଓଡିଶାରୁ ୮୮୬ କରୋନା ପଜିଟିଭ ଚିହ୍ନଟ, ୧୬ ମୃତ୍ୟୁ
ଭୁବନେଶ୍ଵର: Odisha Covid-19 news ଆଜି ଓଡ଼ିଶାରୁ ପୁଣି ୮୮୬ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୬୯ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୫୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୭୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୭୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୪ଜଣ, ବାଲେଶ୍ଵରରୁ ୩୬ଜଣ, ବରଗଡ଼ରୁ ୧୦ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗୀରିରୁ ୧୩ଜଣ, ବୌଦରୁ ୫ଜଣ, କଟକରୁ ୪୦ଜଣ, ଦେଓଗଡ଼ରୁ ୧୫ଜଣ, ଢେଙ୍କାନାଳରୁ ୧୦ଜଣ, ଗଜପତିରୁ ୨୩ଜଣ, ଗଞ୍ଜାମରୁ ୧୬ଜଣ, ଜଗତସିଂପୁରରୁ ୧୪ଜଣ, ଯାଜପୁରରୁ ୩୨ଜଣ, ଝାରସୁଗୁଡାରୁ ୨୦ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, କେଉଁଝରରୁ ୧୦ଜଣ, ଖୋର୍ଦ୍ଧାରୁ ୮୬ ଜଣ, କୋରପୁଟରୁ ୬୬ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୨୩ଜଣ, ନବରଙ୍ଗପୁରୁ ୧୩ଜଣ, ନୟାଗଡ଼ରୁ ୨୦ଜଣ, ନୂଆପଡ଼ାରୁ ୧୯ଜଣ, ପୁରୀରୁ ୮ଜଣ, ରାୟଗଡାରୁ ୨୨ଜଣ, ସୋନପୁରରୁ ୨୫ଜଣ, ସୁନ୍ଦରଗଡରୁ ୭୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୬ ଲକ୍ଷ ୫୬ ହଜାର ୭୬୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୦ହଜାର ୭୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୬୩୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୬୩ ହଜାର ୧୦୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ହଜାର ୬୬୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୬୧ କୁ ବୃଦ୍ଧି ପାଇଛି।