Odisha Covid19: ରାଜ୍ୟରେ ଆଜି ୧୭ ଜଣଙ୍କ କରୋନାରେ ମୃତ,ମୋଟ ୯୯୧କୁ ବୃଦ୍ଧି
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ରାଜ୍ୟରେ ୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜ୍ୟରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଛି। ବିଗିଡିବାରେ ଲାଗିଛି କରୋନା ସ୍ଥିତି। ରାଜ୍ୟରେ ଆଜି ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୯୯୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ ଯୋଗେ ସୂଚନା ଦିଆଯାଇଛି।
Also Read |Odisha Covid19: ଆଜି ପୁଣି ନୂଆ ୨୬୯୭ ଜଣ କରୋନା ପଜିଟିଭ ଚିହ୍ନଟ
ଆଜି ୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୩ ଜଣ, ପୁରୀ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ମାଲକାନଗିରି, ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
Regret to inform the demise of seventeen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) October 9, 2020
1. A 55-year old male of Balasore district who was also suffering from Diabetes & Hypertension.
2. A 72-year old female of Balasore district.
◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here◆