Odisha Covid19: ଆଜି ରାଜ୍ୟରେ ଆଉ ୨୭୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୭୩୮ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୫୭୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୯୯ ଜଣ, କଟକରୁ ୧୮୯ ଜଣ, ଅନୁଗୋଳରୁ ୧୭୪ ଜଣ, ବରଗଡ଼ରୁ ୧୦୦ ଜଣ, ଯାଜପୁରରୁ ୯୫ ଜଣ, ମୟୁରଭଞ୍ଜରୁ ୧୧୦ ଜଣ, ଭଦ୍ରକରୁ ୫୯ ଜଣ, ବାଲେଶ୍ଵରରୁ ୧୧୪ ଜଣ, ଢେଙ୍କାନାଳରୁ ୪୦ ଜଣ, ପୁରୀରୁ ୧୦୯ ଜଣ, ଜଗତସିଂପୁରରୁ ୮୯ ଜଣ, ରାୟଗଡାରୁ ୨୦ ଜଣ, ଗଞ୍ଜାମରୁ ୧୮ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୦୭ ଜଣ, ନୟାଗଡରୁ ୪୦ ଜଣ, ସୋନପୁରରୁ ୬୩  ଜଣ, ବଲାଙ୍ଗୀରରୁ ୮୬ ଜଣ, ସୁନ୍ଦରଗଡରୁ ୧୫୪ ଜଣ, ଝାରସୁଗୁଡାରୁ ୮୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୩ ଜଣ, କେନ୍ଦ୍ରାପଡା ୯୫ ଜଣ, କୋରାପୁଟରୁ ୮୫ ଜଣ, କେଉଁଝରରୁ ୬୫ ଜଣ, କନ୍ଧମାଳରୁ ୪୩ଜଣ, ନୂଆପଡ଼ାରୁ ୪୬ ଜଣ, କଳାହାଣ୍ଡିରୁ ୧୦୧ ଜଣ, ବୌଦ୍ଧରୁ ୨୪ ଜଣ, ମାଲକାନଗିରି ଜିଲ୍ଲାରୁ ୬୯ ଜଣ, ଦେଓଗଡରୁ ୧୭ ଜଣ, ଗଜପତିରୁ ୬ ଜଣ ଏବଂ ଷ୍ଟେଟ୍ ପୁଲରୁ ୭୦ ଜଣ ସୁସ୍ଥ ହୋଇଛନ୍ତି।

Also Read | NEET: ନିଟ ପରୀକ୍ଷାରେ ଆକାଂକ୍ଷା ସିଂ ମଧ୍ୟ ପାଇଛନ୍ତି ଶତପ୍ରତିଶତ ନମ୍ବର; ୨ବର୍ଷ ପାଇଁ ଧରି ନଥିଲେ ମୋବାଇଲ୍

Share this: