Odisha Covid19: ଆଜି ରାଜ୍ୟରେ ୧୬୩୩ ଜଣକରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର: ଆଜି ରାଜ୍ୟରେ ୧୬୩୩ ଜଣ କରୋନା (Covid-19) ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୯୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୭୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ଜଣ, ଅନୁଗୋଳରୁ ୧୦୦ ଜଣ, ଗଞ୍ଜାମରୁ ୩୩ ଜଣ, କଟକରୁ ୧୩୨ଜଣ, କନ୍ଧମାଳ ଜିଲ୍ଲାରୁ ୨୪ ଜଣ, କୋରାପୁଟରୁ ୩୫ ଜଣ, କେନ୍ଦ୍ରାପଡ଼ାରୁ ୧୦୫ ଜଣ, କେଉଁଝରରୁ ୫୧ ଜଣ ଓ କଳାହାଣ୍ଡିରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୩୨ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ ଓ ସୋନପୁର ଜିଲ୍ଲାରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୪୩ ଜଣ, ଜଗତସିଂହପୁରରୁ ୭୯ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୫୪ ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ବରଗଡ଼ରୁ ୫୩ ଜଣ, ବାଲେଶ୍ଵରରୁ ୨୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୮୦ ଜଣ, ବୌଦ୍ଧରୁ ୩୫ ଜଣ ଏବଂ ଭଦ୍ରକରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୫୮ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୨୩ ଜଣ, ନବରଙ୍ଗପୁରରୁ ୪୧ଜଣ ଓ ନୂଆପଡ଼ାରୁ ୮୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୩୯ ଜଣ, ରାୟଗଡାରୁ ୧୧ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୪୨ଜଣ ଏବଂ ମାଲକାନଗିରିରୁ ୫୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୧ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୩ ଲକ୍ଷ ୧୮ ହଜାର ୭୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୮୧ ହଜାର ୨୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨ ଲକ୍ଷ ୬୨ ହଜାର ୩୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ ହଜାର ୮୮୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Also Read | Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ