ଓଡ଼ିଶାରେ ରେକର୍ଡ ୩୮୧୦ କରୋନା ପଜିଟିଭ ଚିହ୍ନଟ,ମୋଟ ୧,୨୪,୦୩୧ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩ ହଜାର ୮୧୦ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨ହଜାର ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧,୫୨୪ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୭୯୭ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୦୮ ଜଣ, କଟକରୁ ୩୨୨ ଜଣ, କନ୍ଧମାଳ ଜିଲ୍ଲାରୁ ୪୫ ଜଣ, କୋରାପୁଟରୁ ୮୪ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, କେଉଁଝରରୁ ୮୪ ଜଣ ଓ କଳାହାଣ୍ଡିରୁ ୫୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୩ ଜଣ , ସୁନ୍ଦରଗଡ଼ରୁ ୩୪ ଜଣ ଓ ସୋନପୁର ଜିଲ୍ଲାରୁ ୧୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୫୨ ଜଣ, ଜଗତସିଂହପୁରରୁ  ୬୭ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୯୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୩୯୬ ଜଣ, ବାଲେଶ୍ଵରରୁ ୧୨୦ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୩ ଜଣ, ବୌଦ୍ଧରୁ ୨୯ ଜଣ ଏବଂ ଭଦ୍ରକରୁ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୦ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୧୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୨ଜଣ, ନବରଙ୍ଗପୁରରୁ ୭୮ଜଣ ଓ ନୂଆପଡ଼ାରୁ ୯୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୫୧ ଜଣ, ଦେଓଗଡରୁ ୭ ଜଣ, ରାୟଗଡାରୁ ୧୦୧ଜଣ, ଅନୁଗୋଳରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୪୨ ଜଣ ଏବଂ ମାଲକାନଗିରିରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୦ ଲକ୍ଷ ୯୮ ହଜାର ୪୦୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୨୪ ହଜାର ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ ହଜାର ୭୭୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ହଜାର ୬୫୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ଓଡିଶାରେ ୨୦୨୪ରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ମନ୍ତ୍ର ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଜେପି ନଡ୍ଡା

ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡିଶାର ଦୁଇ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: