Breaking NewsCORONA UPDATESଓଡ଼ିଶା

Odisha Covid19: ଆଜି ରାଜ୍ୟରେ ୧୩୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ମୋଟ ୩ ଲକ୍ଷ ପାର

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୧୩୭୨ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୭୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪୫ ଜଣ, ଅନୁଗୋଳରୁ ୮୧ ଜଣ, ଗଞ୍ଜାମରୁ ୨୧ ଜଣ, କଟକରୁ ୧୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୧ ଜଣ, କୋରାପୁଟରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୬୫ ଜଣ, କେଉଁଝରରୁ ୪୦ ଜଣ ଓ କଳାହାଣ୍ଡିରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୩୭ ଜଣ, ସୁନ୍ଦରଗଡ଼ରୁ ୯୬ ଜଣ ଓ ସୋନପୁର ଜିଲ୍ଲାରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୩୪ ଜଣ, ଜଗତସିଂହପୁରରୁ  ୭୦ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି।

[masterslider id=”1″]

ସେହିପରି ବରଗଡ଼ରୁ ୪୦ ଜଣ, ବାଲେଶ୍ଵରରୁ ୩୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୦ ଜଣ, ବୌଦ୍ଧରୁ ୨ଜଣ ଏବଂ ଭଦ୍ରକରୁ ୩୧ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୪ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୫୩ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୨ ଜଣ, ନବରଙ୍ଗପୁରରୁ ୨୬ ଜଣ ଓ ନୂଆପଡ଼ାରୁ ୧୦୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୨୫ ଜଣ, ଦେଓଗଢ଼ରୁ ୮ ଜଣ, ରାୟଗଡାରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୭୮ ଜଣ ଏବଂ ମାଲକାନଗିରିରୁ ୨୦ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୮ ଲକ୍ଷ ୮୮ ହଜାର ୫୦୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨ ଲକ୍ଷ ୮୫ ହଜାର ୧୭୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୫୦୩  ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read |Corona Vaccine: ଓଡ଼ିଶାରେ ହେବ କରୋନା ଟିକା ତିଆରି ୟୁନିଟ୍‍

 

Share this: