ଖୁସି ଖବର,ଆଜି ରାଜ୍ୟରେ Covid19 ରୁ ସୁସ୍ଥ ହେଲେ ୧୦ ହଜାର ୩୬ଜଣ

Share this:

ଭୁବନେଶ୍ଵର:ଆଜି ରାଜ୍ୟରୁ ଆଉ ୧୦ହଜାର ୩୬ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୭୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୮୧୪ଜଣ, ଅନୁଗୋଳ ୫୧୦ଜଣ, ଝାରସୁଗୁଡାରୁ ୩୩୪ଜଣ, କଟକରୁ ୭୧୮ଜଣ,ପୁରୀରୁ ୩୫୧ଜଣ, ନୂଆପଡ଼ାରୁ ୨୦୨ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୦୦ଜଣ, ବରଗଡ଼ରୁ ୪୫୫ଜଣ, ବଲାଙ୍ଗୀରରୁ ୩୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫୬ଜଣ, ବାଲେଶ୍ଵରରୁ ୨୩୦ଜଣ, ଗଞ୍ଜାମରୁ ୩୬୬ଜଣ, ଯାଜପୁରରୁ ୪୦୭ଜଣ, ମୟୁରଭଞ୍ଜରୁ ୧୬୫ଜଣ, କଳାହାଣ୍ଡିରୁ ୪୩୭ଜଣ, ନୟାଗଡରୁ ୨୪୫ଜଣ, ବୌଦ୍ଧରୁ ୨୧୮ଜଣ, ଜଗତସିଂପୁରରୁ ୧୫୫ଜଣ, କେଉଁଝରରୁ ୧୮୬ଜଣ, ସୋନପୁରରୁ ୧୪୮ଜଣ, ରାୟଗଡାରୁ ୧୯୯ଜଣ, କେନ୍ଦ୍ରାପଡା ୧୪୧ଜଣ, କୋରାପୁଟରୁ ୧୧୧ଜଣ, ଗଜପତି ଜିଲ୍ଲାରୁ ୧୦୨ଜଣ, ମାଲକାନଗିରି ଜିଲ୍ଲାରୁ ୮୩ଜଣ, ଦେଓଗଡରୁ ୧୩୮ଜଣ, ଭଦ୍ରକ ଜିଲ୍ଲାରୁ ୨୫୦ଜଣ, ଢେଙ୍କାନାଳରୁ ୨୩୬ଜଣ, କନ୍ଧମାଳରୁ ୯୫ଜଣ, ଏବଂ ଷ୍ଟେଟ୍ ୨୭୧ଜଣ ସୁସ୍ଥ ହୋଇଛନ୍ତି।

Also Read | Covid Vaccine: କରୋନା ଟୀକା ଦ୍ୱିତୀୟ ଡୋଜ୍‍ ନିୟମ ସଂଶୋଧନ

[amazon_auto_links id=”9932″]

Share this: