ଆଜି ରାଜ୍ୟରେ ୧୩୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ,ମୋଟ ସୁସ୍ଥ ୩୯ ହଜାର ୨୦୫

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୩୦୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୯ ହଜାର ୨୦୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୬୬ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୧୫୬ ଜଣ, କଟକ ଜିଲ୍ଲାରୁ ୧୨୮ଜଣ, ଯାଜପୁରରୁ ୧୧୧ଜଣ, ମାଲକାନଗିରି ଜିଲ୍ଲା ରୁ ୭୫ ଜଣ, ବାଲେଶ୍ଵରରୁ ୭୧ଜଣ, ସୁନ୍ଦରଗଡରୁ ୬୩ ଜଣ, ପୁରୀରୁ ୫୦ଜଣ, କଳାହାଣ୍ଡିରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୨ଜଣ, କୋରାପୁଟ ଓ ନୟାଗଡରୁ ୩୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୨୮ଜଣ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରୁ ୨୫ ଜଣ, ସମ୍ବଲପୁର ରୁ ୨୪ ଜଣ, ଭଦ୍ରକରୁ ୨୦ଜଣ, ଝାରସୁଗୁଡାରୁ ୧୯ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୮ଜଣ,ନୂଆପଡ଼ାରୁ ୧୬ ଜଣ, କନ୍ଧମାଳ ଓ କେଉଁଝରରୁ ୧୨ଜଣ ଲେଖାଏଁ, ରାୟଗଡା ରୁ ୧୦ଜଣ, ଜଗତସିଂପୁର ଜିଲ୍ଲାରୁ ୯ ଜଣ ଏବଂ ବଲାଙ୍ଗୀରିରୁ ୮ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୨୪ କୁ ବୃଦ୍ଧି ହୋଇଛି।

Share this: