Covid-19 Odisha News: ଓଡିଶାରୁ ଆଜି ୧୪୮୦ କରୋନା ପଜିଟିଭ ଚିହ୍ନଟ, ୨୧ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 news ଓଡିଶାରେ ଆଜି ୧୪୮୦ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କାଲି ଅପେକ୍ଷା ଆଜି ରାଜ୍ୟରେ କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୩୪ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୬୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୧୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୭୨ଜଣ, ବାଲେଶ୍ଵରରୁ ୩୪ଜଣ, ବରଗଡ଼ରୁ ୨୫ଜଣ, ଭଦ୍ରକରୁ ୨୦ଜଣ, ବଲାଙ୍ଗୀରିରୁ ୩୭ଜଣ, ବୌଦରୁ ୩୬ଜଣ, କଟକରୁ ୧୩୩ଜଣ, ଦେଓଗଡ଼ରୁ ୨୭ଜଣ, ଢେଙ୍କାନାଳରୁ ୧୩ଜଣ, ଗଜପତିରୁ ୪୩ଜଣ, ଗଞ୍ଜାମରୁ ୨୭ଜଣ, ଜଗତସିଂପୁରରୁ ୪୩ଜଣ, ଯାଜପୁରରୁ ୭୩ଜଣ, ଝାରସୁଗୁଡାରୁ ୪୯ଜଣ, କଳାହାଣ୍ଡିରୁ ୪୧ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୪୯ଜଣ, କେଉଁଝରରୁ ୩୪ଜଣ, କୋରପୁଟରୁ ୫୮ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୪୦ଜଣ, ନବରଙ୍ଗପୁରୁ ୩୫ଜଣ, ନୟାଗଡ଼ରୁ ୫୯ଜଣ, ନୂଆପଡ଼ାରୁ ୫୭ଜଣ, ପୁରୀରୁ ୩୭ଜଣ, ରାୟଗଡାରୁ ୪୭ଜଣ, ସମ୍ବଲପୁରରୁ ୨୧ଜଣ, ସୋନପୁରରୁ ୨୭ଜଣ, ସୁନ୍ଦରଗଡରୁ ୧୩୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୨ ଲକ୍ଷ ୨୫ ହଜାର ୬୦୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୭୩ ହଜାର 3ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୧୨୬ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୪୮ ହଜାର ୧୫୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ହଜାର ୯୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୨ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୧୮ କୁ ବୃଦ୍ଧି ପାଇଛି।

Share this: