Odisha Covid Updates: ଓଡ଼ିଶାରେ ଆଜି ୧୪୩୭ ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୧୪୩୭ ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୦୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୦୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୭ଜଣ, ବାଲେଶ୍ଵରରୁ ୬୪ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୪୭ଜଣ, ବଲାଙ୍ଗୀରିରୁ ୪ଜଣ, ବୌଦରୁ ୨ଜଣ, କଟକରୁ ୧୯୦ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୨୧ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୧୦ଜଣ, ଜଗତସିଂପୁରରୁ ୮୩ଜଣ, ଯାଜପୁରରୁ ୬୬ଜଣ, ଝାରସୁଗୁଡାରୁ ୫ଜଣ, କଳାହଣ୍ଡିରୁ ୬ଜଣ, କନ୍ଧମାଳରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୪୧ଜଣ, କେଉଁଝରରୁ ୧୯ଜଣ, କୋରାପୁଟରୁ ୫ଜଣ, ମାଲକାନଗିରିରୁ ୭ଜଣ, ମୟୁରଭଞ୍ଜରୁ ୪୦ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୩୬ଜଣ, ପୁରୀରୁ ୧୪୬ଜଣ, ରାୟଗଡାରୁ ୧୧ଜଣ, ସମ୍ବଲପୁରରୁ ୧୬ଜଣ, ସୋନପୁରରୁ ୧୩ଜଣ, ସୁନ୍ଦରଗଡରୁ ୨୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୨ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୦ ଲକ୍ଷ ୯୭ ହଜାର ୪୧୨ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୮ ହଜାର ୭୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୮୯୯ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୫୬ ହଜାର ୮୨୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ହଜାର ୮୫୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | New Covid Guidelines Odisha:ଅଗଷ୍ଟ ମାସ ପାଇଁ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି, ୨ଡୋଜ ଟୀକା ଜରୁରୀ

Share this: