Odisha News: ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ!
କଟକ: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (School) ବନ୍ଦ ହେବ ବୋଲି ଜଣାପଡ଼ିଛି।
୨୦୧୮ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହାକୁ ଚ୍ୟାଲେଞ୍ଜ୍ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଦେବା ସହ ଏହାକୁ ରଦ୍ଦ କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି।
ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏହି ମାମଲା ରୁଜ୍ଜୁ କରାଯାଇଥିବାବେଳେ ସେ ତାଙ୍କ ପିଟିସନ୍ରେ କହିଛନ୍ତି, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ମାତ୍ର ୨୦ରୁ ୪୦ ଜଣ ମଧ୍ୟରେ ପିଲା ଅଛନ୍ତି, ସେହିସବୁ ବିଦ୍ୟାଳୟକୁ ଏହାର ୧ କିଲୋମିଟର ପରିଧି ମଧ୍ୟରେ ଆସୁଥିବା ସ୍ଥାନୀୟ ବିଦ୍ୟାଳୟରେ ମିଶ୍ରଣ କରାଯିବ। ସେହିପରି ମାତ୍ର ୫୦ ଜଣ ମଧ୍ୟରେ ଛାତ୍ରଛାତ୍ରୀ ଥିବା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ୨ କିଲୋମିଟର ପରିଧି ମଧ୍ୟରେ ଆସୁଥିବା ବିଦ୍ୟାଳୟ ଏବଂ ଅଷ୍ଟମରୁ ଦଶମ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ଯଦି ପିଲାଙ୍କ ସଂଖ୍ୟା ୬୦ରୁ କମ୍ ଥାଏ, ସେହି ବିଦ୍ୟାଳୟକୁ ଏହାର ୩ କିଲୋମିଟର ପରିଧି ମଧ୍ୟରେ ଥିବା ସ୍କୁଲ୍ ସହ ମିଶ୍ରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
Also Read | Mission Shakti: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ