Navratri 2020 Day 3: ଆଜି ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କଲେ ଜୀବନରେ ସୁଖ ସମ୍ପଦ ଆସେ

Share this:

ତୃତୀୟ ଦିନ ପବିତ୍ର ନବରାତ୍ରୀରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ମା’ଙ୍କ ରୂପ ହେଉଛି ଶାନ୍ତିର ପରିଚୟ ଏବଂ କଲ୍ୟାଣକାରୀ। ମା’ଙ୍କ କପାଳରେ ଏକ ଘଣ୍ଟା ଆକାରର ଚନ୍ଦ୍ରମା ଅଛି ସେଥିପାଇଁ ମା’ଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ।

ଆଜି ମା’ଙ୍କୁ ନାଲି ଫୁଲ ଅର୍ପଣ କରନ୍ତୁ। ମା’ଙ୍କୁ ପୂଜା କରିବାବେଳେ ମନ୍ଦିରର ଘଣ୍ଟି ବଜାଇବାକୁ ନିଶ୍ଚିତ ମନେ ରଖନ୍ତୁ। ମା’ ସର୍ବଦା ନିଜ ଭକ୍ତମାନଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତି। ମା’ଙ୍କୁ ପୂଜା କରି ମଣିଷର ଗର୍ବ ନଷ୍ଟ ହୋଇଯାଏ। ମା’ଙ୍କ ପୂଜା ଦ୍ଵାରା ପରିବାରକୁ ସୁଖ ଓ ଶାନ୍ତି ଫେରିଆସେ। ନାଲି ରଙ୍ଗର ପୋଷାକ ପିନ୍ଧିବା ତୃତୀୟ ଦିନ ନବରାତ୍ରୀରେ ଶୁଭ ବୋଲି ବିବେଚନା କରାଯାଏ। ମା’ଙ୍କୁ ଗୌମାତାଙ୍କ କ୍ଷୀର ଅର୍ପଣ କରିବା ଦ୍ୱାରା ଦୁଖ ଦୂର ହୋଇଥାଏ।

ମା’ ଚନ୍ଦ୍ରଘଣ୍ଟାଙ୍କୁ ମହୁ ଅର୍ପଣ କରିବା ଶୁଭ ବୋଲି ବିବେଚନା କରାଯାଏ। ମା’ଙ୍କୁ  ପୂଜା କରୁଥିବା ବ୍ୟକ୍ତି ଜୀବନରେ ନିର୍ଭୟ ହୋଇଥାଏ।  

ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ ମିଳିଥାଏ....

ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା ସମୟରେ ନିମ୍ନଲିଖିତ ମନ୍ତ୍ର ଜପ କରିବା ଦ୍ୱାରା ମାତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ

ଯା ଦେବୀ ସର୍ବଭୁତେଷୁ ମା’ ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

Share this: