Digital Media Guidelines: Content ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କୌଣସି ନୂଆ ବ୍ୟବସ୍ଥା କରାଯାଇ ନାହିଁ
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (Information Technology)(ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ର ଭାଗ ୩ ର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି। କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିର୍ଦ୍ଦେଶ ଜାରି କରିପାରିବେ।
ମାତ୍ର ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ ଏହା କୌଣସି ନୂଆ ବ୍ୟବସ୍ଥା ନୁହେଁ। ବିଗତ ୧୧ ବର୍ଷ ଧରି, ୨୦୦୯ ପରଠାରୁ, ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କୁ ମିଳୁଥିବା ସୂଚନା ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା) ନିୟମାବଳୀ, ୨୦୦୯ ଅନ୍ତର୍ଗତ ଏହି ବ୍ୟବସ୍ଥାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଚିବ କାର୍ଯ୍ୟକାରୀ କରି ଆସୁଥିଲେ।
ସୂଚନାଯୋଗ୍ୟ ୨୫ ଫେବୃଆରୀ, ୨୦୨୧ ରେ ଜାରି ହୋଇଥିବା ନିୟମାବଳୀ ଅନ୍ତର୍ଗତ କେବଳ ଏହି ବ୍ୟବସ୍ଥାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ କ୍ଷମତା ଅଧୀନକୁ ଅଣାଯାଇଛି। କାରଣ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ।
ଏହା ପୁନଃସ୍ପଷ୍ଟ କରି ଦିଆଯାଉଛି ଯେ- ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ଅନ୍ତର୍ଗତ କଣ୍ଟେଣ୍ଟ ବ୍ଲକ୍ କରିବା ଲାଗି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ କିମ୍ବା କୌଣସି ନୂଆ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।
Also Read | Watch: PM Modi କେବଳ ୨ଜଣଙ୍କ ପାଇଁ ଦରକାରୀ ଏମିତି କାହିଁକି କହିଲେ ରାହୁଲ ଗାନ୍ଧୀ
[amazon_auto_links id=”10233″]