Odisha Covid-19 March Guidelines: ୨ହଜାର ଲୋକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ମିଳିଲା ଅନୁମତି

Share this:

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମାର୍ଚ୍ଚ ମାସ ପାଇଁ କୋଭିଡ଼ ଗାଇଡଲାଇନ (Covid-19 Guidelines) ଅନୁସାରେ  ୨ହଜାର ଲୋକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ଏହା ମାର୍ଚ୍ଚ ପହିଲାଠାରୁ ଲାଗୁହେବ।

ଗାଇଡଲାଇନ ଅନୁସାରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା କୁହାଯାଇଛି। ଏଥିରେ ଯାତ୍ରା ପରିବେଷଣ ଅଞ୍ଚଳରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବ, ଦର୍ଶକ ବସିବା ପାଇଁ ପଡ଼ିଥିବା ଚେୟାର ମଧ୍ୟ‌ରେ ୬ଫୁଟର ଦୂରତା ରହିବ। ଏଥିସହିତ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଅନଲାଇନ ଟିକେଟ ବୁକିଂ (Online Ticket Booking) କରିବାକୁ କୁହାଯିବ। ଏକାଧିକ ଟିକେଟ ବୁକିଂ କାଉଣ୍ଟର ଖୋଲିବାକୁ ପରାମର୍ଶ ଦିଆଯାଇଛି। କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତମ୍ବୁ ଭିତରକୁ ନ ଛାଡ଼ିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ ସ୍ଵତନ୍ତ୍ର ରିଲିଫ କମିଶନର ୫୦୦ ଦର୍ଶକଙ୍କ ସହ ଯାତ୍ରାର ମଞ୍ଚସ୍ଥ କରିବାକୁ ଅନୁମତି ଦେଇଥିଲା କିନ୍ତୁ ସଂଖ୍ୟା ବୃଦ୍ଧି କରିବାକୁ କଳାକାରମାନେ ଦାବି କରିଆସୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବା କାରଣ ଦର୍ଶାଇ ଯାତ୍ରା ପାଇଁ ଅନୁମତି ଦେଇ ନଥିଲେ। ଏ ନେଇ ସରକାର ତୁରନ୍ତ ଦୁଇ ହଜାର ଦର୍ଶକରେ ମଞ୍ଚ ଖୋଲିବାକୁ ଅନୁମତି ଦେବାକୁ ଦାବି କରି ଫେବ୍ରୁଆରି ୨୩ରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।

Also Read |Covid-19 Odisha Updates: ଆଜି ୨୧ ଜିଲ୍ଲାରୁ ୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ; ସମ୍ବଲପୁରରୁ ସର୍ବାଧିକ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *