Breaking Newsଜାତୀୟବ୍ୟବସାୟ

କେବଳ ୪ଟି ବ୍ୟାଙ୍କ ହେବ ସରକାରୀ, ଅନ୍ୟ ସବୁ ହେବ ଘରୋଇକରଣ!

Share this:

୪ ବ୍ୟାଙ୍କ :କାନାରା ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମିଶ୍ରଣ ଏବଂ ଘରୋଇକରଣ (Privatisation) ପାଇଁ ପ୍ରସ୍ତୁତି ଶେଷ। ପ୍ରଥମେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ସଂଖ୍ୟା ୨୭ ରୁ ୧୨କୁ ହ୍ରାସ କରାଯାଇଥିଲା। ବର୍ତ୍ତମାନ ୧୨ ସରକାରୀ ବ୍ୟାଙ୍କକୁ ହ୍ରାସ କରି ୪ରେ ସୀମିତ ରଖାଯିବାର ଯୋଜନା ଚାଲିଛି।

ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ନିତୀ ଆୟୋଗ (NITI Aayoga) ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛି। ସରକାରୀ କ୍ଷେତ୍ରର ୪ଟି ବ୍ୟାଙ୍କ ଉପରେ ନିୟନ୍ତ୍ରଣ ରଖିବାକୁ ଆୟୋଗ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (Punjab National Bank), ବ୍ୟାଙ୍କ ଅଫ୍ ବରୋଦା (Bank Of Baroda) ଏବଂ କାନାରା ବ୍ୟାଙ୍କ (Canara Bank) ଅଛନ୍ତି। ଏହା ବ୍ୟତୀତ ଅଗ୍ରାଧିକାର ଭିତ୍ତିରେ ତିନୋଟି କ୍ଷୁଦ୍ର ସରକାରୀ କ୍ଷେତ୍ର ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏବଂ ୟୁକୋ ବ୍ୟାଙ୍କକୁ ଘରୋଇକରଣ କରିବାକୁ ଆୟୋଗ ପରାମର୍ଶ ଦେଇଛନ୍ତି। ଅନ୍ୟ ସରକାରୀ ବ୍ୟାଙ୍କଗୁଡିକ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିଅନ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କ ଅବଶିଷ୍ଟ ୪ଟି ବ୍ୟାଙ୍କ ସହିତ ମିଶ୍ରଣ କରିବେ କିମ୍ବା ସେମାନଙ୍କ ଅଂଶ ହ୍ରାସ କରିବେ। ସରକାର ଏହି ବ୍ୟାଙ୍କଗୁଡିକର ଅଂଶଧନକୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିପାରିବେ।

Related Post: ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

ସରକାରୀ ସୂତ୍ରରୁ ପ୍ରକାଶ ଯେ ଦୁର୍ବଳ ଅର୍ଥନୈତିକ ଅବସ୍ଥା ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ସରକାରଙ୍କୁ ରିହାତି ପ୍ରଦାନ କରିବ କାରଣ ବର୍ଷକୁ ବର୍ଷ ସେହି ବ୍ୟାଙ୍କଗୁଡିକରେ ପୁଞ୍ଜି ବିନିଯୋଗ କରିବାକୁ ପଡିବ। ତେବେ ଘରୋଇକରଣ ଉପରେ ଧୀରେ ଧୀରେ ଆଗକୁ ବଢିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ଯାହା ଦ୍ଵାରା ସର୍ବାଧିକ ପରିମାଣ ମିଳିପାରିବ। ସୂଚନାଯୋଗ୍ୟ,ଗତ ୫ ବର୍ଷରେ ଅର୍ଥାତ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଖରାପ ଋଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ୩.୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହା ପରେ ମଧ୍ୟ ଏହି ବ୍ୟାଙ୍କଗୁଡିକର ବଜାର ପୁଞ୍ଜିକରଣ ଦ୍ରୁତ ଗତିରେ ହ୍ରାସ ପାଇଛି। କରୋନା କାଳରେ ଏହି ସଙ୍କଟ ଗଭୀର ହୋଇଛି। ଏଭଳି ପରିସ୍ଥିତିରେ ସରକାର ୪ଟି ବ୍ୟାଙ୍କକୁ ନିଜ ପାଖରେ ରଖିବେ ବୋଲି ସ୍ପଷ୍ଟ ହୋଇଛି।

ସୂଚନଯୋଗ୍ୟ,୧୯୭୦ ମସିହାରେ ତତ୍କାଳୀନ ଇନ୍ଦିରା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଆଇନକୁ ରଦ୍ଦ କରାଯିବ। ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ମୋଦୀ ସରକାର ବ୍ୟାଙ୍କଗୁଡିକର ଜାତୀୟକରଣ ଉଦ୍ଦେଶ୍ୟରେ ୧୯୭୦ରେ ବ୍ୟାଙ୍କ କମ୍ପାନୀଗୁଡିକର ଆଇନକୁ ରଦ୍ଦ କରିପାରିବେ। ସଂସଦ (Parliament) ର ଉଭୟ ଗୃହରୁ ଏହି ବିଲ୍ ପାସ୍ କରିବାରେ ସକ୍ଷମ ହୋଇଥିବାରୁ ସରକାର ଏହା କରିବା କଷ୍ଟକର ହେବ ନାହିଁ। ୧୯୭୦ରେ ଇନ୍ଦିରା ଗାନ୍ଧୀ ୧୪ଟି ବେସରକାରୀ ବ୍ୟାଙ୍କକୁ ଜାତୀୟକରଣ କରିଥିଲେ ଏବଂ ୧୯୮୦ରେ ପୁଣି ଥରେ ୬ଟି ଘରୋଇ ବ୍ୟାଙ୍କ ସରକାରୀ ବ୍ୟାଙ୍କର ମାନ୍ୟତା ପାଇଥିଲେ।

Also Read:

SBI ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମିନିମମ ବାଲାନ୍ସ ଏବଂ ଏସଏମଏସ ପାଇଁ ଆଉଦେବାକୁ ପଡିବନି ଚାର୍ଜ

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

Share this: