Breaking Newsଓଡ଼ିଶାଜାତୀୟବ୍ୟବସାୟ

ଏଥର ବର୍ଷେ ଚାକିରି କଲେ କର୍ମଚାରୀମାନଙ୍କୁ ମିଳିବ ଗ୍ରାଚ୍ୟୁଇଟି,ଆସୁଛି ନୂଆ ନିୟମ

Share this:

ଭୁବନେଶ୍ଵର: ନିୟୋଜିତ କର୍ମଚାରୀମାନଙ୍କୁ ଖୁସି ଖବର ମିଳିବ ଖୁବ ନିକଟରେ, ଆଗାମୀ ଦିନରେ ସରକାର କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ନିୟମ ରେ ବଡ଼ ପରିବର୍ତ୍ତନ କରିବାପାଇଁ ଯାଉଛନ୍ତି। ସଂସଦର ସ୍ଥାୟୀ କମିଟି ଗ୍ରାଚ୍ୟୁଇଟି ପାଇଁ  ଚାକିରିକାଳ ୫ ବର୍ଷ ପରିବର୍ତ୍ତେ ୧ ବର୍ଷ ଅବଧି ସ୍ଥିର କରିବାକୁ ପରାମର୍ଶ ଦେଇଛି।

ବର୍ତ୍ତମାନ ନିୟମାନୁସାରେ ଜ​‌ଣେ କର୍ମଚାରୀଙ୍କୁ  ଗ୍ରାଚ୍ୟୁଇଟି ପାଇବାକୁ ହେଲେ ଅତିକମ୍‌ରେ ୫ବର୍ଷରୁ ଅଧିକ ସମୟ କ୍ରମାଗତ ଭାବେ ଗୋଟିଏ ସଂସ୍ଥାରେ  ଚାକିରି କରିଥିବା ଆବଶ୍ୟକ। ଅବଶ୍ୟ, ଜଣେ କର୍ମଚାରୀଙ୍କ ମୃତ୍ୟୁରେ ପାଞ୍ଚ ବର୍ଷ ପୂରଣ ହେବା ପୂର୍ବରୁ କିମ୍ବା କୌଣସି ଦୁର୍ଘଟଣା କିମ୍ବା ରୋଗ ହେତୁ ସେ ଅକ୍ଷମ ହୋଇଥା’ନ୍ତି ତେବେ ଏହା ପ୍ରଦାନ କରାଯାଇପାରିବ। ‌କିନ୍ତୁ ଏବେ ଆସିବାକୁ ଥିବା  ନୂଆ ନିୟମରେ  ଆପଣ କ୍ରମାଗତ ଭାବରେ ଗୋଟିଏ କମ୍ପାନୀରେ ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରୁଛନ୍ତି, ତେବେ ଆପଣ ଗ୍ରାଚ୍ୟୁଇଟି ପାଇବାକୁ ହକଦାର ହେବେ। ଅର୍ଥାତ  ବର୍ତ୍ତମାନ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପାଇବାକୁ ଗୋଟିଏ କମ୍ପାନୀରେ ଲଗାତାର ଏକ  ବର୍ଷ କାମ କରିବାକୁ ପଡ଼ିବ।

 ଜଣେ କର୍ମଚାରୀଙ୍କୁ କେତେ ଗ୍ରାଚ୍ୟୁଇଟି ଦିଆଯିବ?

କର୍ମଚାରୀ ଯୋଗ୍ୟ ଥିବା ଗ୍ରାଚ୍ୟୁଇଟି ରାଶି ହିସାବ କରିବାକୁ, ଶେଷ ମାସର ବେତନକୁ ନେଇ ହିସାବ କରାଯାଏ। ଶେଷ ମାସ ବେତନରେ ମୌଳିକ ଦରମା(Basic), ଭତ୍ତା(Dearness Allowance) ଅନ୍ତର୍ଭୁକ୍ତ ଥାଏ।  

ମୋଟ ଗ୍ରାଚ୍ୟୁଇଟି ରାଶି = (ଶେଷ ଦରମା) x (୧୫ /୨୬) x (କମ୍ପାନୀରେ ମୋଟ ବର୍ଷ କାର୍ଯ୍ୟ)।  

ନିୟମାନୁସାରେ, ବର୍ଷରେ ୧୫ ଦିନ ଆଧାରରେ ଗ୍ରାଚ୍ୟୁଇଟି ହିସାବ  କରାଯାଇଥାଏ ଏବଂ ମାସକୁ  ୨୬ ଦିନ ବୋଲି ଧାରାଯାଇ ହିସାବ କରାଯାଏ। ୪ ଦିନ ଛୁଟିଦିନ ଧରାଯାଏ।

Share this: