Navratri 2020 Day 4: ଆଜି ମା’ କୁଷ୍ମାଣ୍ଡାଙ୍କ ପୂଜା; ବୃଷ ଏବଂ ତୁଳା ରାଶିଙ୍କ ପାଇଁ ଲାଭଦାୟକ

Share this:

ମା’ ଦୁର୍ଗାଙ୍କର ଚତୁର୍ଥ ରୂପର ନାମ ହେଉଛି କୁଷ୍ମାଣ୍ଡା। ଚତୁର୍ଥ ଦିନ ପବିତ୍ର ନବରାତ୍ରୀରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ମା’ଙ୍କ ବାସସ୍ଥାନ ହେଉଛି ସୁର୍ଯ୍ୟଲୋକରେ।  ମା’ ଅଷ୍ଟାଭୁଜା ଦେବୀ ନାମରେ ମଧ୍ୟ ପୂଜିତ।

ମା’ କୁଷ୍ମାଣ୍ଡାଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ରୋଗ ଏବଂ ଦୁଃଖ ନଷ୍ଟ ହୋଇଯାଏ ବୋଲି ବିଶ୍ଵାସ ରହିଛି। ମା’ କୁଷ୍ମାଣ୍ଡା ଭକ୍ତଙ୍କର ଭକ୍ତିରେ ପ୍ରସନ୍ନ ହୋଇଥାନ୍ତି।

ଆଜିର ଦିନଟି ସମସ୍ତ ୧୨ଟି ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ। ବୃଷ ଏବଂ ତୁଳା ରାଶି ପାଇଁ ବିଶେଷ ଲାଭଦାୟକ। ମା’ କୁଷ୍ମାଣ୍ଡାଙ୍କର ପ୍ରିୟ ରଙ୍ଗ ସବୁଜ ଏବଂ ହଳଦିଆ। ପୂଜାପାଠ ସମୟରେ ଭକ୍ତମାନେ କଳା ବ୍ୟତୀତ ଅନ୍ୟ ଯେକୋଣସି ରଙ୍ଗ ପିନ୍ଧିବା ଉଚିତ।

ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କଲେ ଜୀବନରେ ସୁଖ ସମ୍ପଦ ଆସେ

ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କ ପୂଜା ସମୟରେ ନିମ୍ନଲିଖିତ ମନ୍ତ୍ର ଜପ କରିବା ଦ୍ୱାରା ମାତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ

ଯା ଦେବୀ ସର୍ବଭୁତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

Share this: