LPG Cylinder New Price: ବଢିଲା ଗ୍ୟାସ୍ ଦର, ବ୍ୟବସାୟିକ ସିଲିଣ୍ଡର ପିଛା ୧୦୫ ଟଙ୍କା ବୃଦ୍ଧି

Share this:

ନୂଆଦିଲ୍ଲୀ: LPG Cylinder New Price Today ସାଧାରଣ ଲୋକଙ୍କୁ LPG ଗ୍ୟାସ୍  ସମ୍ବନ୍ଧରେ ଏକ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛି।

ସୂଚନା ଅନୁସାରେ ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରକୁ ୧୦୫ ଟଙ୍କା ବୃଦ୍ଧି କରିଛି। ନୂତନ ମୂଲ୍ୟ ମାର୍ଚ୍ଚ ୧ଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ରାଜଧାନୀ ଦିଲ୍ଲୀରେ ସବସିଡି ବିନା ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୮୯୯.୫୦ ଟଙ୍କା, ମୁମ୍ବାଇରେ ୮୯୯.୫୦ ଟଙ୍କା, କୋଲକାତାରେ ୯୨୬ ଟଙ୍କା, ଭୁବନେଶ୍ଵରରେ ୯୨୬ଟଙ୍କା ଏବଂ ଚେନ୍ନାଇରେ ୯୧୫.୫୦ଟଙ୍କା ରହିଛି।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି କରିଛି। ମୂଲ୍ୟ ବୃଦ୍ଧି ପରେ ନୂଆଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୧୨ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ୧୦୬ଟଙ୍କା ବଢି ୧୯୬୩, କୋଲକାତାରେ ୧୦୮ଟଙ୍କା ବଢି ୨୦୯୫ ଏବଂ ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୫.୫୦ ଟଙ୍କା ବୃଦ୍ଧି ପାଇ ୨୧୪୫.୫୦ ହୋଇଛି।

Read Also | Odisha Weather Report: ଓଡ଼ିଶାରେ ହେବ ପ୍ରବଳ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ

Share this:

Leave a Reply

Your email address will not be published. Required fields are marked *