କାନପୁରରେ ବିକାଶ ପୋଲିସ ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା; ପୋଲିସ ର ଆତ୍ମରକ୍ଷା ପାଇଁ ଗୁଳି ଚାଳନା

Share this:
  • ଗୁରୁବାର ଦିନ ଉଜ୍ଜୈନ ମହାକଲ ମନ୍ଦିରରୁ ବିକାଶଙ୍କୁ ଗିରଫ କରାଯାଇଥିଲା
  • ଟ୍ରାଞ୍ଜିଟ୍ ରିମାଣ୍ଡରେ ୟୁପି ଏସଟିଏଫ  ବିକାଶକୁ କାନପୁରକୁ ନେଇ ଯାଉଥିଲା

କାନପୁରର ବିକରୁ ଗ୍ରାମରେ ସିଓ  ସମେତ ଆଠ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ଆଜି ସକାଳେ ଏନକାଉଣ୍ଟର ମୃତ୍ୟୁ ଘଟିଛି। ୟୁପି ଏସଟିଏଫ ଦଳ ଉଜ୍ଜୈନ ରୁ କାନପୁରକୁ ରିମାଣ୍ଡରେ ନେଇ ଯାଉଥିଲେ। କିନ୍ତୁ ସହର ପୂର୍ବରୁ ୧୭  କିମି ଦୂରରୁ କାଫିଲା ର ଏକ କାର ସକାଳ ୬.୩୦ ରେ ଓଲଟି ପଡିଥିଲା। ବିକାଶ ସେହି  କାରରେ ବସିଥିଲା।  ଦୁର୍ଘଟଣା ପରେ ସେ ପୋଲିସ ଦଳରୁ ପିସ୍ତଲ ଛଡ଼ାଇ ନେଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲ। ପୋଲିସ ର ପ୍ରତିରୋଧ  ରେ ସେ ଗୁରୁତର ଆହତ ହୋଇଥିଲ।। ତାର  ଛାତି ଏବଂ ଅଣ୍ଟାରେ ଦୁଇଟି ଗୁଳି ବାଜିଥିଲା। ପରେ ତାକୁ  ଡାକ୍ତରଖାନା ନିଆଯାଇଥିଲା।ସେଠାରେ ସକାଳ ୭.୫୫ ରେ ମୃତ ଘୋଷଣା କରାଯାଇଥିଲା। କାନପୁର ରେଞ୍ଜର ଆଇଜି ବିକାଶଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ।

ସୂଚନା ଯୋଗ୍ୟ ,ଗୁରୁବାର ଦିନ ସକାଳ ପ୍ରାୟ ୯ ଟା ସମୟରେ ଉଜ୍ଜୈନ ର ମହାକଲ ମନ୍ଦିରରୁ ବିକାଶ ଦୁବେଙ୍କୁ ଗିରଫ କରାଯାଇଥିଲା। ଭୟଭୀତ ହତ୍ୟାକାରୀ  ଗିରଫ ସମୟରେ ବଡ଼ ପାଟିରେ କହିଥିଲା ଯେ ‘ମୁଁ କାନପୁରର ବିକାଶ ଦୁବେ’। ଏହା ପରେ ପୋଲିସ ତାଙ୍କୁ ପ୍ରଥମେ ମହାକାଲ ପୋଲିସ ଷ୍ଟେସନ, ପୋଲିସ କଣ୍ଟ୍ରୋଲ ରୁମ, ନରୱାର ପୋଲିସ ଷ୍ଟେସନ ଏବଂ ପରେ ପୋଲିସ ତାଲିମ କେନ୍ଦ୍ରକୁ ନେଇଥିଲା। ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ଖବର ଅନୁସାରେ ,ଏହାପୂର୍ବରୁ ବୁଧବାର ରାତିରେ ବିକାଶ ଦୁବେ ର ଆଉ ଜଣେ ଘନିଷ୍ଠ ପ୍ରଭାତ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ବୁଧବାର  ଫରିଦାବାଦରୁ ତାକୁ  ପୋଲିସ ଗିରଫ କରିଥିଲା। ରିମାଣ୍ଡରେ ୟୁପି ପୋଲିସ ତାଙ୍କୁ କାନପୁରକୁ ନେଇ ଯାଉଥିଲା। ବାଟରେ ପ୍ରଭାତ ଦୌଡ଼ି  ପଳାଇବାକୁ ଚେଷ୍ଟା କରିଥିଲା , ସେ ପୋଲିସ ପିସ୍ତଲକୁ ଛଡ଼ାଇ ନେଇ ଗୁଳି ଚଳାଇଥିଲ।। ପୋଲିସର ପାଲଟା ଜବାବ  ପ୍ରଭାତ ର ମୃତୁ ହୋଇଥିଲା। ବୁଧବାର ଦିନ ବିକାଶଙ୍କ ନିକଟ ଅମର ଦୁବେଙ୍କୁ ମଧ୍ୟ ପୋଲିସ ଆକ୍ରମଣ କରିଥିଲା। ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ବିକାଶ ଗ୍ୟାଙ୍ଗର ୫ ଜଣଙ୍କର ମୃତ୍ୟୁ ଘଟିଛି।

ମାମଲାରେ ଏପର୍ଯ୍ୟନ୍ତ ଘଟିଥିବା ଘଟଣା :

ଜୁଲାଇ ୨ : ବିକାରୁ ଗାଁରେ ୩ ଟି ପୋଲିସ ଷ୍ଟେସନ ର ପୋଲିସ   ବିକାଶ କୁ ଗିରଫ କରିବାପାଇଁ ଯାଇଥିଲାବେଳେ  ତା’ ଗ୍ୟାଙ୍ଗ ର ଲୋକେ  ୮  ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ।

ଜୁଲାଇ ୩ : ପୋଲିସ ବିକାଶଙ୍କ ମାମୁଁ ପ୍ରେମ ପ୍ରକାଶ ପାଣ୍ଡେ ଏବଂ ସହଯୋଗୀ ଅତୁଲ ଦୁବେଙ୍କୁ ସକାଳ ୭  ଟାରେ ଏନକାଉଣ୍ଟର କରାଯାଇଥିଲା ।

ଜୁଲାଇ ୫  : ପୋଲିସ ବିକାଶ ର  ଚାକର  ତଥା ସ୍ୱତନ୍ତ୍ର ସହାୟକ ଦିନଶଙ୍କର ଉର୍ଫ  କାଲୁ ଅଗ୍ନିହୋତ୍ରୀଙ୍କୁ ଘେରି ରହିଥିଲା। ସେ ପୋଲିସ କର୍ମଚାରୀଙ୍କୁ ଯୋଜନା କରି ଆକ୍ରମଣ କରିଥିଲା। ଗୁଳି ବିନିମୟରେ ଦିନଶଙ୍କର ଆହତ ହୋଇଥିଲେ।

ଜୁଲାଇ ୬  :  ଅମରଙ୍କ ମାଆ  କ୍ଷମା ଦୁବେ ଏବଂ ଦିନଶଙ୍କର ପତ୍ନୀ ରେଖା ସମେତ ପୋଲିସ ୩  ଜଣଙ୍କୁ ଗିରଫ କରିଥିଲା। ରେଖା ମଧ୍ୟ ନିଜ ପରିବାର କୁ ସାହାଯ୍ୟ କରୁଥିଲେ।

ଜୁଲାଇ ୮ : ଏସଟିଏଫ  ବିକାଶ ର ସହଯୋଗୀ ଅମର ଦୁବେଙ୍କୁ ହତ୍ୟା କଲା  ପ୍ରଭାସ ମିଶ୍ରଙ୍କ ସମେତ ୧୦ ଜଣ ବଦମାସ କୁ  ଗିରଫ କରାଯାଇଥିଲା।

ଜୁଲାଇ ୯ : ଏନକାଉଣ୍ଟରରେ ପ୍ରଭାତ ମିଶ୍ର ଏବଂ ଅମର  ଦୁବେ  ର ମୃତୁ ହୋଇଥିଲା।  ଉଜ୍ଜୈନ ରୁ ବିକାଶ ଦୁବେ ଗିରଫ ହୋଇଥିଲା।

ଜୁଲାଇ ୧୦ : କାନପୁର ନିକଟରେ ବିକାଶ ଦୁବେଙ୍କୁ ଏନକାଉଣ୍ଟର କରାଯାଇଥିଲା।

Share this: