Kamal Hasan: କମଲ ହାସନଙ୍କ ୬୬ତମ ଜନ୍ମଦିନରେ ‘ବିକ୍ରମ’ ଚଳଚ୍ଚିତ୍ରର ଟାଇଟଲ୍ ଟିଜର ରିଲିଜ୍

Share this:

ଚେନ୍ନାଇ: କମଲ ହାସନ (Kamal Hasan) ତାଙ୍କର ୬୬ତମ ଜନ୍ମଦିନରେ ପ୍ରଶଂସକମାନଙ୍କୁ ଉପହାର ଦେଇଛନ୍ତି। ସେ ତାଙ୍କର ୨୩୨ତମ ଚଳଚ୍ଚିତ୍ର ବିକ୍ରମ (VIKRAM) ର ଟାଇଟଲ୍ ଟିଜର ରିଲିଜ୍ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ ଲୋକେଶ କଙ୍ଗରାଜଙ୍କ ନିର୍ଦ୍ଦେଶିତ ମୋ ଫିଲ୍ମର ଟାଇଟଲ ଟିଜର ରିଲିଜ କରି ମୁଁ ଆଜି ବହୁତ ଖୁସି।

ଭିଡିଓରେ କମଲ ହାସନ ଏକ ଘରେ ଅଛନ୍ତି। ଯେଉଁଠାରେ ସେମାନେ ଝରକା, କବାଟ, ଟେବୁଲ ତଳେ ଅସ୍ତ୍ର ଲୁଚାଇଥିବାର ଦେଖାଯାଏ। ପରେ ମୁଖା ପିନ୍ଧିଥିବା ଲୋକମାନେ ନେତା ଏବଂ ପୋଲିସ ସମେତ ଖାଦ୍ୟ ଟେବୁଲ ଉପରେ ବସିଥା’ନ୍ତି। ଏହି ଭିଡିଓରେ କମଲ ହାସନ ଭୟଙ୍କର ଦେଖାଯାଉଛନ୍ତି। ଭିଡିଓ ଶେଷରେ କୁହାଯାଇଛି ଯେ ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ।

Also Read| Junior Bachchan on Nepotism: ପାପା ମୋ ପାଇଁ କୋଣସି ଫିଲ୍ମ କରିନାହାଁନ୍ତି

Share this:

Leave a Reply

Your email address will not be published. Required fields are marked *