ମଲ୍ ଏବଂ ମଦ ଦୋକାନ ଖୋଲିପାରେ, ତେବେ ମନ୍ଦିର କାହିଁକି ନୁହେଁ? ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି

Share this:

ନୂଆଦିଲ୍ଲୀ :ଜୈନ ସମ୍ପ୍ରଦାୟର ମନ୍ଦିର ଖୋଲିବାକୁ ଥିବା ଏକ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ମନୋଭାବ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (Chief Justice) ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ଯେ ଆପଣ ମଲ୍, ବଜାର, ମଦ ଦୋକାନକୁ ଖୋଲା ରଖିବାକୁ ଅନୁମତି ଦେଉଛନ୍ତି କାରଣ ଭଲ ଆୟ ସେଠାରୁ ଆସିଥାଏ, କିନ୍ତୁ ଧାର୍ମିକ କାରଣରୁ ମନ୍ଦିରକୁ ଯିବାକୁ ହେଲେ ଆପଣଙ୍କୁ କରୋନା ଭୂତାଣୁ ବ୍ୟାପିବାର ନାଆ ନେଇ ମନ୍ଦିର ଖୋଲିବାକୁ ମନା କରୁଛନ୍ତି।

ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମୁମ୍ବାଇର ତିନୋଟି ସ୍ଥାନରେ ଅବସ୍ଥିତ ଜୈନ ମନ୍ଦିରକୁ ଅଗଷ୍ଟ ୨୨ ଏବଂ୨୩ ରେ ପ୍ୟାରୁଶନ ପର୍ବର(Paryushan festiva) ଶେଷ ଦୁଇ ଦିନ ପୂଜକମାନଙ୍କ ପାଇଁ ଖୋଲିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ସ୍ଥାନ ଖୋଲିବା ସମୟରେ, ସୁପ୍ରିମକୋର୍ଟ କୋଭିଡ଼ -୧୯ ଏସଓପି କୁ ପାଳନ କରିବାପାଇଁ କଡା ନର୍ଦ୍ଦେଶ ଦେଇଛନ୍ତି।  

ମୁମ୍ବାଇର ଦାଦର, ବାଇକୁଲ୍ଲା ଏବଂ ଚେମ୍ବୁରରେ ଜୈନ ମନ୍ଦିର ଖୋଲିବାକୁ କୋର୍ଟ ଅନୁମତି ଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍ ବବଡେ (Chief Justice SA Bobde)ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚରେ ଦର୍ଶାଯାଇଛି ଯେ କେବଳ ଜୈନ ମନ୍ଦିର ପାଇଁ ଏହି ରିହାତି ଦିଆଯାଉଛି ଏବଂ ଅନ୍ୟ କୌଣସି ମନ୍ଦିର କିମ୍ବା ଗଣେଶ ଚତୁର୍ଥି ଉତ୍ସବରେ ପ୍ରୟୋଗ ହୋଇପାରିବ ନାହିଁ, ଯେଉଁଥିରେ ବହୁ ସଂଖ୍ୟକ ଲୋକଙ୍କର ସମାଗମ ହେବାର ରହିଛି।

ସୂଚନାଯୋଗ୍ୟ ,ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ପ୍ୟାରୀଶାନ ପର୍ବ ପାଇଁ ବମ୍ବେ ହାଇକୋର୍ଟ ସହରରେ ଜୈନ ମନ୍ଦିର ଖୋଲିବାକୁ ଅନୁମତି ନଦେବା ପରେ ସୁପ୍ରିମକୋର୍ଟ ଆଜି ଏ ଆଦେଶ ଦେଇଛନ୍ତି।

Also Read:

ସାରା ଓଡ଼ିଶାରେ ବର୍ଷା,ଆଗକୁ ଆହୁରି ବର୍ଷିବ; ରେଡ୍ ଓ୍ୱାର୍ଣ୍ଣିଂ ଜାରି

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ:ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କିଛି ମହିଳା ଓ ପୁରୁଷ ଏପରି କରିଦେଖାଇଲେ

ଆଜି ଅନୁଗୋଳ ଜିଲ୍ଲାରୁ ୯ କରୋନା ପଜିଟିଭ ଚିହ୍ନଟ,ମୋଟ ୫୭୯

Share this: