Covid-19 India: ଗୋଟିଏ ଦିନରେ ରେକର୍ଡ ୩ ଲକ୍ଷ ୫୪ ହଜାରରୁ ଅଧିକ ନୂତନ କରୋନା ମାମଲା ଚିହ୍ନଟ, ୨୮୦୬ ମୃତ୍ୟୁ
ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ ଚିହ୍ନଟ ହୋଇଥିବା ନୂତନ କରୋନା ସଂକ୍ରମଣ (Corona Pandemic) ର ଏହା ହେଉଛି ବିଶ୍ଵରେ ସର୍ବାଧିକ ସଂଖ୍ୟକ। ଯାହାକି ଭାରତ ପାଇଁ ଚିନ୍ତାଜନକ। ପ୍ରତିଦିନ ସଂକ୍ରମଣର ବିପଦ ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି କରୁଛି। ୱାର୍ଲ୍ଡୋମିଟର (World Meter) ଅନୁଯାୟୀ, ୨୪ ଘଣ୍ଟାରେ ୩ ଲକ୍ଷ ୫୪ ହଜାର ୫୩୧ ନୂଆ ମାମଲା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ, ରେକର୍ଡ ସଂଖ୍ୟକ ୨୮୦୬ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସର୍ବାଧିକ ସଂଖ୍ୟକ ଲୋକ ଗୋଟିଏ ଦିନରେ ମହାମାରୀରେ ପ୍ରାଣ ହରାଇଛନ୍ତି। ଅନେକ ଦିନ ଧରି ସର୍ବାଧିକ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଉଛି। ଏହା କ୍ରମାଗତ ଷଷ୍ଠ ଦିନ ଯେତେବେଳେ ନୂତନ ସଂକ୍ରମିତ ଲୋକଙ୍କ ସଂଖ୍ୟା ତିନି ଲକ୍ଷରୁ ଅଧିକ ହୋଇଛି। ଏହି କାରଣରୁ ମୋଟ ସଂକ୍ରମଣ ମାମଲା ୧ କୋଟି ୭୩ଲକ୍ଷ ୪ହଜାର ୩୦୮କୁ ବୃଦ୍ଧି ପାଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୯୫ହଜାର ୧୧୬ରେ ପହଞ୍ଚିଛି।
ସେହିପରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୮ ଲକ୍ଷ ୭ହଜାର ୩୩୩, ଯାହା ସମୁଦାୟ ସଂକ୍ରମଣର ୧୬.୨ ପ୍ରତିଶତ ଅଟେ। ଏଥିସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୮୨.୬ ପ୍ରତିଶତକୁ ଖସି ଆସିଛି। ପରିସଂଖ୍ୟାନ ଅନୁଯାୟୀ, ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୬ ହଜାର ୬୪୦କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୩ ପ୍ରତିଶତକୁ ଖସି ଆସିଛି।
ଦେଶରେ ଗୋଟିଏ ଦିନରେ ମୃତ୍ୟୁବରଣ କରିଥିବା ୨,୮୦୬ ରୋଗୀଙ୍କ ମଧ୍ୟରୁ ୮୩୨ଜଣ ମହାରାଷ୍ଟ୍ରରେ ମୃତ୍ୟୁ ବରଣ କରିଛନ୍ତି। ଦିଲ୍ଲୀ ୩୫୦, ୟୁପି ୨୦୬, ଛତିଶଗଡ ୧୯୯, କର୍ଣ୍ଣାଟକ ୧୪୩, ଗୁଜୁରାଟ ୧୫୭, ଝାଡଖଣ୍ଡ ୧୦୩ ଏବଂ ବିହାରରେ ୫୬ ଜଣଙ୍କର ମୃତ୍ୟୁ ହୋଇଛି।
[amazon_auto_links id=”10233″]
Also Read | Corona Vaccine Free:ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ