Covid19 India Live: ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧୮ହଜାର ୩୨୭ ଜଣ ଆକ୍ରାନ୍ତ ଚିହ୍ନଟ

covid19 india

ନୂଆଦିଲ୍ଲୀ: ଦେଶରେ ଦିନକୁଦିନ ପୁଣି କରୋନା (Corona) ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୮ହଜାର ୩୨୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ଲକ୍ଷ ୯୨ହଜାର ୮୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ କରୋନା ଆରୋଗ୍ୟ ହାର ୯୬.୯୮ ପ୍ରତିଶତ ରହିଛି।

ସେହିପରି ଦିନକ ମଧ୍ୟରେ ୧୪ହଜାର ୨୩୪ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୮ଲକ୍ଷ ୫୪ହଜାର ୧୨୮ରେ ପହଁଚିଛି। ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୦ହଜାର ୩୦୪ରେ ରହିଛି। ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୧.୬୧ ପ୍ରତିଶତ।

ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୦୮ ଜଣଙ୍କର ମୃତ୍ୟୁ ଘଟିବା ସହ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୭ହଜାର ୬୫୬ରେ ପହଞ୍ଚିଛି। ଦେଶରେ କରୋନାଜନିତ ମୃତ୍ୟୁହାର ୧.୪୧ରହିଛି।

Also Read | Mo Seba Kendra: ମୋ ସେବା କେନ୍ଦ୍ର ଏବଂ ଓଡ଼ିଶା ୱାନ୍‍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Share this: