Odisha Covid:ଓଡ଼ିଶାରୁ ଆଜି ନୂଆ ୨୩୩୪ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ଓଡ଼ିଶା (Odisha) ରେ କରୋନା (Coronavirus) ସଂକ୍ରମଣ କମିଛି। ଗତ ୨୪ ଘଣ୍ଟାରେ ୨ହଜାର ୩୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୯୯୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୮୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୬୪ଜଣ, ବାଲେଶ୍ଵରରୁ ୧୬୪ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୨୧ଜଣ, ବଲାଙ୍ଗୀରିରୁ ୬ଜଣ, ବୌଦ୍ଧରୁ ୧୩ଜଣ, କଟକରୁ ୩୭୧ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂପୁରରୁ ୧୦୧ଜଣ, ଯାଜପୁରରୁ ୧୭୯ଜଣ, ଝାରସୁଗୁଡାରୁ ୬ଜଣ, କଳାହାଣ୍ଡିରୁ ୯ଜଣ, କନ୍ଧମାଳରୁ ୨୯ଜଣ, କେନ୍ଦ୍ରାପଡ଼ାରୁ ୧୯୬ଜଣ, କେଉଁଝରରୁ ୫୧ଜଣ,  କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ୧୩ଜଣ, ମୟୁରଭଞ୍ଜରୁ ୧୦୪ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୯୪ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୦୬ଜଣ, ରାୟଗଡାରୁ ୩୮ଜଣ, ସମ୍ବଲପୁରରୁ ୨୧ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡରୁ ୮୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୪ ଲକ୍ଷ ୯୦ ହଜାର ୨୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬ ହଜାର ୫୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୩୪୧ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୬ ହଜାର ୫୧୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬ ହଜାର ୩୬୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଦେଶରେ ୧୫ଶହରୁ ଅଧିକ PSA oxygen plant ପ୍ରତିଷ୍ଠା କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ

[amazon_auto_links id=”9932″]

Share this: