ଦେଶରେ ୨୨ ଲକ୍ଷ ୮୦ ହଜାରରୁ ଅଧିକ ରୋଗୀ ସୁସ୍ଥ,୫୬ ହଜାର ୭୦୬ଜଣଙ୍କ ମୃତ୍ୟୁ

Share this:

ନୂଆଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୯ ହଜାର୮୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨କୁ ବୃଦ୍ଧି ପାଇଛି।ଏଥି ସହିତ ୯୪୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୫୬ ହଜାର ୭୦୬ ରେ ପହଂଚିଛି।

କରୋନା ଆରୋଗ୍ୟ ହାର ୭୪.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୬୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଆଜି ସୁଦ୍ଧା ଦେଶରେ ଏହି ସଂକ୍ରମଣରୁ ୨୨ ଲକ୍ଷ ୮୦ ହଜାର ୫୬୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ୭ ଲକ୍ଷ ୭ ହଜାର ୬୬୮ କରୋନା ସଂକ୍ରମିତ ସକ୍ରିୟ ଅଛନ୍ତି। ଦେଶରେ ତିନି କୋଟି ୫୨  ଲକ୍ଷ ୯୨ ହଜାର ୨୨୦ ନମୁନା ପରୀକ୍ଷା କରାଯାଇଛି। ପୁନରୁଦ୍ଧାର ହାର ୭୪.୯୦ପ୍ରତିଶତ ଏବଂ ମୃତ୍ୟୁ ହାର୧.୮୬ ପ୍ରତିଶତ।

ସେହିପରି କେବଳ ମହାରାଷ୍ଟ୍ରରେ ଛଅ ଲକ୍ଷ ୭୧ ହଜାର ୯୪୨ କରୋନା ସଂକ୍ରମିତ ହୋଇଛନ୍ତି । ସେଠାରେ ଏକ ଲକ୍ଷ ୬୯ ହଜାର ୮୩୩ ସକ୍ରିୟ କରୋନ ସଂକ୍ରମିତ ଅଛନ୍ତି । ଚାରି ଲକ୍ଷ ୮୦  ହଜାର ୧୧୪  ରୋଗୀ ଆରୋଗ୍ୟ ହୋଇଛନ୍ତି। ସେହିପରି ୨୧ ହଜାର ୯୯୫ ରୋଗୀଙ୍କର ମୃତ୍ୟୁ ହୋଇଛି।

Also Read:

ଦେଶରେ ୨୪ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

ଆଜି ରାଜ୍ୟରେ ଆଉ ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ,ସୁସ୍ଥଙ୍କ ସଂଖ୍ୟା ୫୨ ହଜାର ୨୭୬

୬୫ ବର୍ଷ ବୟସ୍କା ମହିଳାଙ୍କର ୧୪ ମାସରେ ଆଠଟି ସନ୍ତାନ ଜନ୍ମ ;ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

Share this: