Coronavirus India: ଗତ ୨୪ ଘଣ୍ଟାରେ ୫୦,୨୦୯ ଜଣ ନୂଆ ସଂକ୍ରମିତ, ୫୧୪ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୭,୬୩୮ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଛନ୍ତି। ଏଥିସହିତ ୬୭୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୨୪,୯୮୫ ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୧୧,୭୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୫,୨୦,୭୭୩ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୭୭,୬୫,୯୯୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ରେ ୫୪,୧୫୭ ଜଣ ସୁସ୍ଥ ହୋଇଛନ୍ତି।
ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏହା ସହ ଦେଶରେ ଆରୋଗ୍ୟ ହାର ୯୨.୦୯ % କୁ ବୃଦ୍ଧି ପାଇଛି।
#COVID19 #BREAKINGNEWS #IndiaFightsCorona
— Mahima Live (@Mahimalivenews) November 6, 2020
ଗତ ୨୪ ଘଣ୍ଟାରେ ଭାରତରେ ୪୭,୬୩୮ ଜଣ ନୂଆ ସଂକ୍ରମିତ, ୬୭୦ ମୃତ
ମୋଟ ଆକ୍ରାନ୍ତ ସଂଖ୍ୟା : ୮୪,୧୧,୭୨୪ #mahimalive #Odisha pic.twitter.com/QuJ0dQm2Rm
Also Read | Unlock 6.0 ଗାଇଡ୍ ଲାଇନ୍ ଜାରି, ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍