Corona Virus India: ଭାରତରେ ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି
ନୂଆଦିଲ୍ଲୀ: ଦ୍ୱିତୀୟ ଦିନ ପାଇଁ ଭାରତରେ ନୂଆ କରୋନା (Covid-19) ମାମଲା ଗତ ୨୪ ଘଣ୍ଟାରେ ୫୦ ହଜାର ଡେଇଁ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ୯୦୩ ଲୋକ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଦୈନିକ ମାମଲା ସଂଖ୍ୟାରେ ହ୍ରାସ ଧାରା ଜାରି ରହିଛି। କୋଭିଡ ନିୟମକୁ ଠିକ ଭାବେ ପାଳନ ପୂର୍ବକ ଜାରି ରହିଥିବା ଜନ ଆନ୍ଦୋଳନ ଏଥିରେ ସଫଳତା ଆଣିପାରିଛି।
୩୭ ଦିନ ପାଇଁ ନୂଆ କରୋନା ମାମଲା ସଂଖ୍ୟାକୁ ଆରୋଗ୍ୟ ସଂଖ୍ୟା ଅତିକ୍ରମ କରିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮ ହଜାର ୪୦୫ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଭଳି ଧାରା ବଳବତ୍ତର ରହିବା କାରଣରୁ ଭାରତର କରୋନା ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏବେ ଏହି ସଂଖ୍ୟା ୫.୦୯ ଲକ୍ଷ ରହିଛି। ମୋଟ କରୋନା ଆକ୍ରାନ୍ତ ସଂଖ୍ୟାର ଏହା ୫.୯୫% ରହିବା କାରଣରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା ୫ ଲକ୍ଷ ୯ ହଜାର ୬୭୩କୁ ହ୍ରାସ ପାଇଛି।
କରୋନା ଆରୋଗ୍ୟ ହାର ଲଗାତର ଭାବେ ବୃଦ୍ଧି ପାଉଥିବାରୁ ନୂଆ ମାମଲା ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। ଆରୋଗ୍ୟ ହାର ଏବେ ୯୨.୫୬% ରହିଛି । କରୋନା ମହାମାରୀରୁ ସୁସ୍ଥ ହୋଇସାରିଥିବା ମୋଟ ଲୋକଙ୍କ ସଂଖ୍ୟା ୭୯ ଲକ୍ଷ ୧୭ ହଜାର ୩୭୩ କୁ ବୃଦ୍ଧି ପାଇଛି। ମୋଟ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଏବେ ୭୪ ଲକ୍ଷ ୭ ହଜାର ୭୦୦ରେ ପହଞ୍ଚିଛି।
ନୂଆ ମାମଲା ସଂଖ୍ୟା କମୁଥିବାରୁ ଭାରତର ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତଥାପି ଟେଷ୍ଟିଙ୍ଗ ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କର ଗୁରୁତ୍ୱ ବଜାୟ ରହିଛି। ଭାରତର ମୋଟ ପଜିଟିଭିଟି ହାର ୭.୧୯ %କୁ ଖସିଛି।
ଦିନକରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ ୭୯ ପ୍ରତିଶତ କେବଳ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି।
ଦୈନିକ ଆରୋଗ୍ୟ ସଂଖ୍ୟାରେ ସବୁଠାରୁ ଉପରେ ଥିବା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୮,୨୩୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। କେରଳରେ ନୂଆ ସୁସ୍ଥ ମାମଲା ସଂଖ୍ୟା ୬ ହଜାର ୮୫୩ ହୋଇଥିବା ବେଳେ ଏହା ପଛକୁ ଥିବା ଦିଲ୍ଲୀରେ ଏହି ସଂଖ୍ୟା ୬ ହଜାର ୬୯ ରହିଛି।
ସେହିପରି ଦିନକରେ ପ୍ରାଣ ହରାଇଥିବା ୪୯୦ ମାମଲା ମଧ୍ୟରୁ ପାଖାପାଖି ୮୧ ପ୍ରତିଶତ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ଗତ ୨୪ ଘଣ୍ଟାରେ ହୋଇଥିବା ମୋଟ ମୃତ୍ୟୁର ଏକ ଚତୁର୍ଥାଂଶରୁ ଅଧିକ ମହାରାଷ୍ଟ୍ରରୁ ରହିଛନ୍ତି। ରାଜ୍ୟରେ ଦିନକରେ ୧୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୭୭ ଓ ୫୯ ଜଣଙ୍କ ମୃତ୍ୟୁ ହୋଇଛି।