ଆଜିର ରାଶିଫଳ

Share this:

ମେଷ: ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି, ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ। ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ। ନିଜ ପରିବାରରେ ନିଜର ପ୍ରଭାବ ରଖିବା ପାଇଁ ନିଜର କ୍ରିୟାକଳାପ ଛାଡ଼ିବାର ସମୟ ଆସି ଯାଇଛି। ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ। ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ।

ବୃଷ: ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ। ଆପଣଙ୍କ ଚେଷ୍ଟା ଓ ପରିଶ୍ରମକୁ ଲୋକ ମାନେ ଗୁରୁତ୍ୱ ଦେବେ ଓ ତାହା ଯୋଗୁଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମଧ୍ୟ ମିଳି ପାରେ। ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ। ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ।

ମିଥୁନ: ଧନଲାଭର ଆଜି ବହୁତ ସମ୍ଭାବନା ଅଛି। କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ଆପଣଙ୍କୁ ଆଜି ଆପଣଙ୍କ କାର୍ଯ୍ୟାଳୟରେ ଉତ୍ତମ କାର୍ଯ୍ୟ କରିବା ପାଇଁ ଉପହାର ମିଳି ପାରେ। ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି।

କର୍କଟ: ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ। ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି। ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ। ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି।

ସି˚ହ: ନିର୍ମାଣ ଓ ନବୀନୀକରଣ କାମ ଆଜି ଆରାମ ଦେବ। ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ। ପରିବାରରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ବିପଦର କାରଣ ହୋଇ ପାରେ। କିଛି ଲୋକଙ୍କ ବାହାଘର ଠିକ ହୋଇ ପାରେ ଓ କିଛି ଲୋକଙ୍କ ମନ ପସନ୍ଦର ଜୀବନ ସାଥୀ ମିଳିବା ଯୋଗୁଁ ମନ ଖୁସିରେ ଭରି ଉଠି ପାରେ। ରଚନାତ୍ମକ କାମ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କନ୍ୟା: ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ। ଏହି ଉତ୍ସହାକୁ ଦୁଇଗୁଣ କରିବା ପାଇଁ ଆପଣ ନିଜ ଖୁସିରେ ନିଜ ସାଙ୍ଗ ମାନଙ୍କୁ ଭାଗିଦାର ବନେଇ ପାରନ୍ତି। ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ। ଆପଣଙ୍କ ପିଲା ମାନେ ନିଜ ଭବିଷ୍ୟ ବିଷୟରେ ଯୋଜନା କରିବା ଜାଗାରେ ବାହାରେ ବେଶୀ ସମୟ କାଟିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି।

ତୁଳା: କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ବନି ପାରେ, ଯାହାକୁ ଅଦେଖା କରିବା ସମ୍ଭବ ନୁହେ। କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ ଓ ସ୍ଥିତିଠୁ ନିଜାତ ପାଇବା ପାଇଁ ଅତିଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ। ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ। 

ବିଛା: ଆଜି ଆପଣଙ୍କ ଶରୀର ଭଲ ରହିବ। ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ। ଆଜି ଆପଣଙ୍କ ଘର ଲୋକଙ୍କ ବିତରୁ ଜଣେ ଅର୍ଥ ଅବସ୍ଥାକୁ ନେଇକି ଅତି ପ୍ରତିକ୍ରିୟା ଦେଖେଇବ ଓ ଘରେ ଯୁକ୍ତି ହେବ। ଆଜି ଅପାଙ୍କ ଆତ୍ମୀୟ ମିତ୍ର ପୁରା ଦିନ ଆପଣଙ୍କ ବିଷୟରେ ଭାବି ପାରନ୍ତି। ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ।

ଧନୁ: ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ। କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ। ଆଜି ଆପଣ କୋଣସି ପ୍ରକାରର ମାଦକ ଦ୍ରବ୍ୟର ସେବନରୁ ଦୂରରେ ରୁହନ୍ତୁ କାରଣ ନିଶାସକ୍ତ ଅବସ୍ଥାରେ ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ହରାଇପାରନ୍ତି। ଦରକାର ସମୟରେ ଶୀଘ୍ର ଓ ବୁଦ୍ଧି ସହିତ କାର୍ଯ୍ୟ କଲେ ,ଆପଣଙ୍କ କ୍ଷମତା ଲୋକଙ୍କ ପ୍ରସଂସାର ପାତ୍ର ହୋଇ ଯିବ।

ମକର: ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ। ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ। ଆଜି ଆପଣ ଅନ୍ୟ ବେପାରରେ ସାମିଲ ହେବ ବର୍ଜନ କରନ୍ତୁ। ଖରାପ ସଙ୍ଗତରେ ରହନ୍ତୁ ନାହିଁ ନଚେତ, ନିଜର ପ୍ରତିଷ୍ଠା ହରାଇ ବସିବେ।

କୁମ୍ଭ: ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ। ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ।

ମୀନ: ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ। ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ। ଆଜି ଆପଣଙ୍କ ପାଇଁ ବହୁତ କର୍ମଠ ଓ ଲୋକଙ୍କ ସହିତ ମିଲ-ମିଶା ଭରା ଦିନ ରହିବ। ଅନ୍ୟମାନେ ଆପଣଙ୍କ ପ୍ରସ୍ତାବ ମାଗିବେ ଓ ଆପଣ ଯାହା କହିବେ, ତାହା ବିନା ଭାବିଚିନ୍ତି କୁହନ୍ତୁ ନାହି। ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ।

Also Read | Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

Share this: