High Security Number Plate: ପୁଣି ଗୋଟିଏ ମାସ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପଞ୍ଜୀକରଣ ଅବଧି
ଭୂବନେଶ୍ଵର : High Security Number Plate Online ଆଜି ରାଜ୍ୟ ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପଞ୍ଜୀକରଣ ଅବଧି ଆଉ ଗୋଟିଏ ମାସ ପାଇଁ ବୃଦ୍ଧି କରିଛନ୍ତି। ଅବଧି ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗାଡି ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ। ଯଦି ୫, ୬ ଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ମିଳିବ। ସେହିପରି ଶେଷ ଅଙ୍କ ୦ କିମ୍ବା ୯ ଥିଲେ ୨୦୨୩ ଫେବ୍ରୁଆରୀ ୨୮ପର୍ଯ୍ୟନ୍ତ ସମୟ ମିଳିବ।
ସୂଚନାଯୋଗ୍ୟ, ପ୍ରଥମେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଯେଉଁ ବାହନର ପଂଜୀକରଣ ନମ୍ବରର ଶେଷ ଅଙ୍କ ୧ କିମ୍ବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିଲା। ସରକାର ଏହାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ହେଲେ ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଏକ ମାସ ସମୟ ଦେଇଛନ୍ତି।
ବର୍ତ୍ତମାନ ରାଜ୍ୟର “ମୋ ସେବା କେନ୍ଦ୍ର” ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ (High Security Number Plate) ସୁବିଧା ମିଳିପାରିବ। ଗାଡି ମାଲିକମାନେ ନିକଟସ୍ଥ ମୋ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ପ୍ରେସ୍ ରିଲିଜ ଜାରି କରି ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଆଗରୁ କେବଳ www.siam.in ରେ ବୁକିଂ ହେଉଥିଲା। ଯାହାକି ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏବଂ ଅନଲାଇନ୍ ବିଷୟରେ ଜାଣିନଥିବାରୁ ହଇରାଣ ହେଉଥିଲେ।
ରାଜ୍ୟ ପରିବହନ ବିଭାଗ ସମସ୍ତ ଗାଡି ନିର୍ମାତାଙ୍କୁ ଆରଟିଓ କାର୍ଯ୍ୟାଳୟରେ ଗାଡ଼ିମାଲିକମାନଙ୍କୁ ନମ୍ବର ପ୍ଲେଟ୍ ବୁକିଂ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆର୍ଟିଓ ଓ ଏଆର୍ଟିଓ କାର୍ଯ୍ୟାଳୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲପ୍ ଡେସ୍କ ଖୋଲାଯାଇଛି। ସେମାନକୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ଅଥବା ଅସ୍ଥାୟୀ ଫିଟ୍ମେଣ୍ଟ ସେଣ୍ଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ଓଇଏମ୍ ଡିଲର ନେଟୱାର୍କ ଉପଲବ୍ଧ ନାହିଁ, ସେଠାରେ ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ଓଇଏମ୍ଗୁଡ଼ିକ କ୍ୟାମ୍ପ ଫିଟ୍ମେଣ୍ଟ ସେଣ୍ଟର ଅଥବା ଅସ୍ଥାୟୀ ଫିଟ୍ମେଣ୍ଟ ସେଣ୍ଟର ଖୋଲିଛନ୍ତି।
ସୂଚନାଯୋଗ୍ୟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପଞ୍ଜୀକରଣ ସମ୍ପର୍କରେ ଦାୟର ମାମଲାର ଶୁଣାଣୀ କରି ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Read Also | Hindol: ହିନ୍ଦୋଳରେ ହାତୀ ଆତଙ୍କ, ବନ ବିଭାଗ ଜାରିକଲା ହେଲ୍ପଲାଇନ୍ ନମ୍ବର
YOU MIGHT ALSO LIKE IT