ଓଡ଼ିଶାରେ ପ୍ରବଳ ବର୍ଷା:ଭାରତୀୟ ପାଣିପାଗ ବିଭାଗ

Share this:

ନୂଆଦିଲ୍ଲୀ: ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେଉଛି। ଆଗାମୀ ୪-୫ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ଅଧିକ ଅଛି। ଫଳରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଓଡିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅଗଷ୍ଟ ୨୬ରେ ଓଡିଶା ଏବଂ ୨୭ ଅଗଷ୍ଟରେ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ରାଜସ୍ଥାନର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ-ବାଲ୍ଟିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତର ପଞ୍ଜାବ, ଛତିଶଗଡ, ଝାଡଖଣ୍ଡ, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ଏବଂ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଉପରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗୁଜୁରାଟ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଆଭ୍ୟନ୍ତରୀଣ ତାମିଲନାଡୁରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପ୍ରବଳ ପବନ (ବେଗ ୫୦ -୬୦ କିଲୋମିଟର ପର୍ଯ୍ୟନ୍ତ) ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଆରବ ସାଗରରେ ଲାଗିପାରେ। ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ, ଉତ୍ତର ଆରବ ସାଗର ଏବଂ ଗୁଜୁରାଟ ଉପକୂଳରେ ଏବଂ ଉତ୍ତର ବଙ୍ଗୋପସାଗରରେ ପ୍ରବଳ ପବନ (ପବନର ବେଗ ୪୫- ୫୫ କିଲୋମିଟର ପର୍ଯ୍ୟନ୍ତ) ହେବାର ସମ୍ଭାବନା ଅଛି।  ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୂଳ ଆଡକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Also Read:

Online ଟ୍ରେନ ଟିକେଟ କରିଥିବା ୭ ଲକ୍ଷ ବ୍ୟବହାରକାରୀ ଯାତ୍ରୀଙ୍କ ଡାଟା ଲିକ!:ରିପୋର୍ଟ୍

ବାୟୁସେନାରେ ଚାକିରି ଆଶାୟୀଙ୍କ ପାଇଁ IAF ମୋବାଇଲ୍ ଆପ୍ଲିକେସନ୍ ‘My IAF’ ର ଉଦ୍ଘାଟନ

Share this: