Covid19 Odisha:୨ୟ ଡୋଜ୍ କରୋନା ଟୀକା ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦିଅ:ସ୍ୱାସ୍ଥ୍ୟ ସଚିବ

Share this:

ଭୁବନେଶ୍ଵର: କରୋନା (Corona) ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି ଯେ ଦ୍ଵିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ। ଏହାର ମୁକାବିଲା ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ।  ତେବେ କୋଭିଡ ପଜିଟିଭ ହେଲେ ସଂଗେ ସଂଗେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ। ନିହାତି ଜରୁରୀ ନହେଲେ ହସପିଟାଲ ଯାଆନ୍ତୁ ନାହିଁ। ଆବଶ୍ୟକ ପଡ଼ିଲେ କଣ୍ଟ୍ରୋଲ ରୁମକୁ କଲ କରନ୍ତୁ।

ଓଡ଼ିଶାରେ ଏବେ ଅକ୍ସିଜେନର କୌଣସି ଅଭାବ ନାହିଁ। ରାଜ୍ୟରେ ଏବେ ଦିନକୁ ୪୫ ମେଟ୍ରିକ ଟନ ଅକ୍ସିଜେନ ବ୍ୟବହାର ହେଉଥିବାବେଳେ ତାଠାରୁ ଅଧିକ ଉତ୍ପାଦନ ହେଉଛି। ଫଳରେ ଆମେ ବାହାର ରାଜ୍ୟର ଚାହିଦା ମେଣ୍ଟାଉଛୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ରେମଡେସଭିର ରହିଛି। ରାଜ୍ୟରେ ଦିନକୁ ପ୍ରାୟ ୧୨୦୦ ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ୪୩ ହଜାର ରେମଡେସଭିର ଇଂଜେକ୍ସନ ମହଜୁଦ ରହିଛି। ଖୁବ ଶୀଘ୍ର ଆଉ ୨୧ ହଜାର ରେମଡେସଭିର ଇଂଜେକ୍ସନ ଆସିବ ବୋଲି ସେ କହିଛନ୍ତି।

Related Post | Corona Vaccination: ଆଜିଠାରୁ ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକା ପଞ୍ଜୀକରଣ ଆରମ୍ଭ, କେଉଁଠାରେ ଏବଂ କିପରି କରିବେ Registration

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟରେ ୧.୯୨ କୋଟି ଲୋକ ଟିକା ନେବେ। ଟିକା ପାଇଁ ଦୁଇ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସହ ଯୋଗାଯୋଗ କରାଯାଉଛି। ତେବେ ଟିକା କେବେ ଆସିବ ଜଣାପଡ଼ିନାହିଁ। ଟିକା ଆସିଲେ ହିଁ ଟିକାକରଣ ଆରମ୍ଭ ହେବ। ଦୁଇ କମ୍ପାନି ଟିକା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ବିଶେଷ ଟିକା ନେବା ପାଇଁ ସମସ୍ତେ ପଞ୍ଜୀକରଣ କରନ୍ତୁ। ଟିକା ପହଞ୍ଚିବା ପରେ ଟିକାକରଣ ସ୍ଲଟ ସମ୍ପର୍କରେ ଜଣାଇ ଦିଆଯିବ। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୫୭.୭୬ ଲକ୍ଷ ଡୋଜ ଦିଆଯାଇଛି। ଆମ ରାଜ୍ୟରେ ଟିକା ଅପଚୟ ପରିମାଣ ବିଯୁକ୍ତ ୨.୭ ପ୍ରତିଶତ ରହିଛି। ପ୍ରତ୍ୟେକ ଜିଲ୍ଲାରେ ୨ୟ ଡୋଜ୍ ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦିଆଯାଉଛି। କାରଣ ଉପଯୁକ୍ତ ସମୟରେ ୨ୟ ଡୋଜ ନଦେଲେ ପ୍ରଥମ ଡୋଜଟି ବେକାର ହୋଇଯିବ। ଏଣୁ ସେମାନଙ୍କୁ ଆଗ ସୁଯୋଗ ଦେବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଦ୍ଵିତୀୟ ଡୋଜ ନେବାରେ ସହଯୋଗ କରନ୍ତୁ।

amazon-adv

Also Read | Home Isolation: ଗୃହ ସଙ୍ଗରୋଧ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଜାରି

Share this: